FeaturedLatestNews

ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ରବୀନ୍ଦ୍ର ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି

ଭୁବନେଶ୍ବର (ସଂକେତ ଟିଭି): ସି-ସୋର୍ ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟ ଆଜି ସାମୟିକ ଆଶ୍ଵାସନା ଦେଇଛନ୍ତି। କୋର୍ଟ ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି, ମାତ୍ର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଛନ୍ତି।

ଏହି ମାମଲାରେ ସିବିଆଇ ରବୀନ୍ଦ୍ର ଜେନାଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଛି। ଆସନ୍ତା ୧୪ ଜୁଲାଇରେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟରେ ଦାଖଲ ହୋଇଥିବା ଯାଚିକା ଅନୁସାରେ, ଜେନା କେସ୍ ସମ୍ପର୍କୀୟ ରେକର୍ଡପତ୍ର ଦାଖଲ କରିଛନ୍ତି।

ଉଲ୍ଲେଖ୍ୟ, ସିବିଆଇ ପୂର୍ବରୁ ରବୀନ୍ଦ୍ର ଜେନାଙ୍କ ବିରୁଦ୍ଧେ ଏକ ଚାର୍ଜସିଟ୍ ଦାଖଲ କରି ଦାବି କରିଥିଲେ ଯେ, ସେ ସି-ସୋର୍ ଗ୍ରୁପ୍ ସହ ବେଆଇନ ଆର୍ଥିକ ଲେଣାଦେଣାରେ ଜଡ଼ିତ ଥିଲେ। ୨୦୧୪ ମସିହାରେ ବିଜେଡି ଟିକଟରେ ବାଲେଶ୍ଵର ଲୋକସଭା ସଂସଦୀୟ କ୍ଷେତ୍ରରୁ ଜେନା ନିର୍ବାଚିତ ହୋଇଥିଲେ। ମାତ୍ର, ୨୦୧୯ ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରତାପ ସାରଙ୍ଗୀଙ୍କ ହାତେ ସେ ପରାଜିତ ହୋଇଥିଲେ।