ଗଞ୍ଜାମର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ, ୩ ଲକ୍ଷ ଟଙ୍କା ଜବତ
ବ୍ରହ୍ମପୁର (ସଂକେତ ଟିଭି): ଗଞ୍ଜାମ ଜିଲ୍ଲାର ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି। ଛତ୍ରପୁର ନିକଟବର୍ତ୍ତୀ ଜାତୀୟ ରାଜପଥରେ ଏହି ଅଭିଯାନ ଚାଲିଥିବା ସମୟରେ ଭିଜିଲାନ୍ସ କର୍ମୀଙ୍କଦ୍ୱାରା ଟଙ୍କା ଜବ୍ତ କରାଯାଇଛି।
ଘଟଣାସ୍ଥଳୀରୁ ଜଣାଯାଇଛି ଯେ, ପୁଷା ମୁଣ୍ଡା ଛତ୍ରପୁର ବ୍ୟାଙ୍କ କଲୋନୀରେ ଥିବା ତାଙ୍କ ଭଡ଼ା ଘରୁ ଅଫିସକୁ ଯାଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଚଢ଼ାଉ କରିଥିଲେ। ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ନୋଟର ୬ଟି ବଣ୍ଡଲ ଉଦ୍ଧାର କରାଯାଇଛି, ଯାହାର ମୋଟ ମୂଲ୍ୟ ୩ ଲକ୍ଷ ଟଙ୍କା।
ସୂଚନା ଅନୁଯାୟୀ, ଭିଜିଲାନ୍ସ ଟିମ୍ ଗତ ୩ ଦିନ ଧରି ପୁଷା ମୁଣ୍ଡାଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ବର୍ତ୍ତମାନ ସେ ଆଶୀର୍ବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡ଼ା ଘରେ ଅଛନ୍ତି, ଯେଉଁଠାରେ ଭିଜିଲାନ୍ସ ଚଢ଼ାଉ ଜାରି ରଖାଯାଇଛି।
ଉଲ୍ଲେଖନୀୟ ଯେ, ପୁଷା ମୁଣ୍ଡାଙ୍କୁ ନୂଆପଡ଼ା ଜିଲ୍ଲାକୁ ଯୋଗାଣ ଅଧିକାରୀ ଭାବେ ବଦଳି କରାଯାଇଥିଲା। ଏହି ଘଟଣା ପରେ ଜିଲ୍ଲାର ପ୍ରଶାସନିକ ମହଲରେ ଚାପ ସୃଷ୍ଟି ହୋଇଛି। ଭିଜିଲାନ୍ସ ଅଧିକାରୀମାନେ ଅନ୍ୟାନ୍ୟ ଦସ୍ତାବିଜ ତଲାସ କରୁଥିବା ବେଳେ ଏହି ମାମଲାରେ ଆହୁରି ଗଭୀର ତଦନ୍ତ ଚାଲିଛି।
