ସୌମ୍ୟାଶ୍ରୀଙ୍କୁ ଯିଏ ଉଦ୍ଧାର କଲା ତାକୁ ଭୁଲିଗଲେ ଗଲେ କି ସରକାର
କଟକ (ସଂକେତ ଟିଭି): ସୌମ୍ୟାଶ୍ରୀ ବିଶି ଙ୍କ ମୃତ୍ୟୁ ପରେ ବାଲେଶ୍ଵରର ଫକୀର ମୋହନ କଲେଜ ପ୍ରାଙ୍ଗଣରେ ଘଟିଥିବା ଘଟଣା ନେଇ ରାଜ୍ୟରେ ଏବେ ଆନ୍ଦୋଳନ ଜାରି ରହିଛି । ଅନ୍ୟ ପକ୍ଷରେ, ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଛାତ୍ର ଜ୍ୟୋତିପ୍ରକାଶ ବିଶ୍ଵାଳଙ୍କ ଚିକିତ୍ସା ନେଇ ଚିନ୍ତା ବ୍ୟାକୁଳ ତାଙ୍କ ପରିବାର ।
ଜ୍ୟୋତିପ୍ରକାଶ ବର୍ତ୍ତମାନ କଟକର ଏସିସିବି ମେଡିକାଲ କଲେଜ ହସ୍ପିଟାଲର ବର୍ଣ୍ଣ ୟୁନିଟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ବାପା କହିଛନ୍ତି ଯେ, ସରକାର କିମ୍ବା ପ୍ରଶାସନ ତରଫରୁ ଏଯାଏଁ କୌଣସି ଯୋଗାଯୋଗ ହୋଇନାହିଁ । ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ନଥିବା ବେଳେ ତାଙ୍କ ହାତ ଓ ମୁଖମଣ୍ଡଳ ଗୁରୁତର ଭାବରେ ପୋଡି ଯାଇଛି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ ଜ୍ୟୋତିପ୍ରକାଶଙ୍କ ପରିବାର ସହ ଯୋଗାଯୋଗ କରି ଚିକିତ୍ସା ନେଇ ଆଶ୍ବାସନା ଦେଇଛନ୍ତି । ସେ କହିଛନ୍ତି, “ସରକାର ଜ୍ୟୋତିପ୍ରକାଶଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବାପାଇଁ ପ୍ରତିଶ୍ରୁତିବଦ୍ଧ । ଏସିସିବିର ଡାକ୍ତରମାନଙ୍କୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।”
