ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡି ଦେଉଥିଲେ ୩ ଯୁବକ
ଭୁବନେଶ୍ବର (ସଂକେତ ଟିଭି): ପୁରୀ ଜିଲ୍ଲାର ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଏକ ଭୟଙ୍କର ଘଟଣା ଘଟିଛି। ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ଯୁକ୍ତ ୨ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ସ୍ଥାନ ଛାଡ଼ି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଯାଇ ଗୁରୁତର ଆହତ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ମେଡିକାଲକୁ ନେଇ ଯାଇଛି।
ପୀଡ଼ିତାଙ୍କ ଶରୀରର ୫୦% ପୋଡ଼ି ଯାଇଥିବା ବେଳେ ସେମାନେ ଆକ୍ରାନ୍ତାଙ୍କୁ ଚିହ୍ନି ପାରୁନାହାନ୍ତି। ପୁରୀ ଏସ୍.ପି. ପିନାକ ମିଶ୍ର କହିଛନ୍ତି ଯେ, ପୀଡ଼ିତାଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଘଟଣା ଘଟିଛି। ପୁଲିସ ୨ଟି ଟିମ୍ ଗଠନ କରି ତଦନ୍ତ କରୁଛି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଜଣାଇଛନ୍ତି।
ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଦ୍ରୁତ ଗିରଫ କରାଯିବ ଏବଂ ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଅନ୍ୟପକ୍ଷରେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ କଠୋର ଭାବେ ନିନ୍ଦା କରି କହିଛନ୍ତି ଯେ, ବର୍ତ୍ତମାନର ସରକାର ଅପରାଧୀମାନଙ୍କୁ ସୁରକ୍ଷା ଦେଉଛି। ସେ ପ୍ରଶ୍ନ କରିଛନ୍ତି ଯେ, ସରକାର ଏଭଳି ଘଟଣା ରୋକିବାକୁ କେମିତି ପ୍ରୟାସ କରୁଛନ୍ତି?
