FeaturedLatestNews

ବସ୍-ଟ୍ରକ୍ ଧକ୍କା: ୧୫ରୁ ଅଧିକ ଯାତ୍ରୀ ଆହତ, ୩ ଜଣ ସଙ୍କଟାପନ୍ନ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ନଳାଙ୍ଗ ଛକରେ ଏକ ଯାତ୍ରୀ ବସ୍ ଏକ ଟ୍ରକ୍ ପଛରେ ଧକ୍କା ମାରିବାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏଥିରେ ୩ ଜଣ ଯାତ୍ରୀ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ଘଟଣାଟି ସୋମବାର ଦିନ ଜାତୀୟ ରାଜପଥ ୧୬ରେ ଘଟିଥିଲା।

ଖବର ଅନୁଯାୟୀ, ‘ଯଶୋଦା ଟ୍ରାଭେଲ୍ସ’ ନାମକ ଘରୋଇ ଯାତ୍ରୀବାହୀ ବସ ଭୁବନେଶ୍ଵରରୁ ବାଲେଶ୍ଵର ଯାଉଥିବା ବେଳେ ନଳାଙ୍ଗ ଛକ ନିକଟରେ ଏକ ଡାଇଭର୍ସନ୍ ରାସ୍ତାରେ ଟ୍ରକ୍ ହଠାତ୍ ବ୍ରେକ୍ ମାରିବା ଫଳରେ ପଛରେ ଯାଉଥିବା ବସ୍ ତାହାକୁ ଧକ୍କା ମାରିଥିଲା। ଧକ୍କାର ତୀବ୍ରତାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଗୁରୁତର ଆହତ ଦୁଇ ଜଣଙ୍କୁ କଟକର ଏସସିବି ମେଡିକାଲ୍ କଲେଜ ଏବଂ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଘଟଣା ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।