୫୬ ନୂତନ କୋର୍ଟ ପାଇଁ ସୃଷ୍ଟି ହେଲା ୮୪୦ ପଦବୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ୫୬ ନୂତନ କୋର୍ଟ ସ୍ଥାପନ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି କରାଯାଇଛି। ଆଇନ ବିଭାଗ ଏହି ପଦବୀଗୁଡ଼ିକୁ ଗେଜେଟେଡ୍ ଏବଂ ଅଣଗେଜେଟେଡ୍ ବର୍ଗରେ ମଞ୍ଜୁରୀ ଦେଇଛି। ଏଥିପାଇଁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ପଠାଯାଇଛି।
ଏହି ନୂତନ କୋର୍ଟଗୁଡ଼ିକ ରାଜ୍ୟର ୨୩ଟି ଜିଲାରେ ଖୋଲାଯିବ। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପିତ ହେବ। ଏଥିସହିତ ରାଜ୍ୟରେ ଆଉ ୨ଟି ନୂତନ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସ୍ଏଫ୍) ବାଟାଲିୟନ ଗଠନ କରାଯିବ।
ନୂତନ ଓଆଇଏସ୍ଏଫ୍ ବାଟାଲିୟନରେ ୧୯୪୪ ଜଣ କର୍ମଚାରୀ ନିଯୁକ୍ତି ପାଇବେ। ଏଥିପାଇଁ ୨ ଜଣ କମାଣ୍ଡାଣ୍ଟ, ୬ ଜଣ ଡେପୁଟି କମାଣ୍ଡାଣ୍ଟ, ୨୫୬ ଜଣ ହାବିଲଦାର ଏବଂ ୧୩୫୦ ଜଣ କନଷ୍ଟେବଳ ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୃହ ବିଭାଗ ଏହି ନିଷ୍ପତ୍ତି ଜାରୀ କରିଛି।
