ଓଡ଼ିଶାରେ ୪,୯୮୨.୬୬ କୋଟି ଟଙ୍କାର ୨୩ ନୂତନ ନିବେଶ ଅନୁମୋଦିତ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ୧୩୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଏହି ପ୍ରସ୍ତାବଗୁଡ଼ିକ ଓଡ଼ିଶାର ୧୨ଟି ଜିଲ୍ଲାରେ ୧୧,୯୩୩ଟି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ।
ପୋଷାକ ଏବଂ ବୟନଶିଳ୍ପ, ଇସ୍ପାତ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଏବଂ ପାନୀୟ, ରାସାୟନିକ ପଦାର୍ଥ, ଔଷଧ, ଶକ୍ତି ଏବଂ ନବୀକରଣୀୟ ଶକ୍ତି, ଆଇଟି ଏବଂ ଆଇଟିଇଏସ୍, ପର୍ଯ୍ୟଟନ, ମହାକାଶ ଏବଂ ପ୍ରତିରକ୍ଷା ଆଦି କ୍ଷେତ୍ରରେ ଏହି ନିବେଶଗୁଡ଼ିକ ହୋଇଛି।
ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ହେଲା
ଲୁମିନସ ପାୱାର ଟେକ୍ନୋଲୋଜି: ଗୋପାଳପୁରରେ ସୋଲାର ସେଲ ଓ ସୋଲାର ଫଟୋଭୋଲଟାଇକ୍ ମଡ୍ୟୁଲ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ।
ଲିଣ୍ଡେ ଇଣ୍ଡିଆ: ସୁନ୍ଦରଗଡ଼ରେ ୫୧୦ କୋଟି ଟଙ୍କା ନିବେଶରେ ଏୟାର ସେପାରେସନ ୟୁନିଟ୍ ସ୍ଥାପନ କରିବ।
ଜଟିଆ ଷ୍ଟିଲ: ୪୫୧ କୋଟି ଟଙ୍କା ଖର୍ଚ୍ଚରେ ଯାଜପୁରରେ ଷ୍ଟିଲ ଷ୍ଟ୍ରକଚର ଉତ୍ପାଦନ କେନ୍ଦ୍ର ଗଠନ କରିବ।
ହିନ୍ଦୁସ୍ତାନ ଆକ୍ବା: ସୁନ୍ଦରଗଡ଼ରେ ୩୨୦ କୋଟି ଟଙ୍କାରେ ବେଭରେଜ ମାନୁଫାକଚରିଂ ୟୁନିଟ୍ ସ୍ଥାପନ କରିବ।
ବୋନଭି ଟେକ୍ନୋଲୋଜି: ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ବ୍ୟୟରେ ଡ୍ରୋନ ଉତ୍ପାଦନ କାରଖାନା ଗଢ଼ିବ।
ଏହି ନିବେଶଗୁଡ଼ିକ ରାଜ୍ୟର ଅର୍ଥନୀତି ଏବଂ ଶିଳ୍ପ ବିକାଶକୁ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।
