ସଫେଇ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଜୀବନବୀମା, ମୋବାଇଲ ଓ ଆବାସ ଯୋଜନାର ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶନିବାର ସଫେଇ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଫେଇ କର୍ମଚାରୀମାନେ ଏବେଠାରୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ। କାମ କରିବା ସମୟରେ କୌଣସି ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ଏଥିସହ ସରକାର ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ ଫୋନ ମଧ୍ୟ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡା ସହରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ ଆବାସ) ଅଧୀନରେ ସଫେଇ କର୍ମୀମାନଙ୍କୁ ଛାତ ଘର ମଧ୍ୟ ମିଳିବ।
ଗତକାଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟେକ୍ସଟାଇଲ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରିଥିଲେ। ଏହାଦ୍ୱାରା ମହିଳା କର୍ମଚାରୀମାନଙ୍କୁ ମାସକୁ ୭ ହଜାର ଟଙ୍କା (ପୂର୍ବରୁ ୬ ହଜାର) ଏବଂ ପୁରୁଷ କର୍ମଚାରୀଙ୍କୁ ୬ ହଜାର ଟଙ୍କା (ପୂର୍ବରୁ ୫ ହଜାର) ଦିଆଯିବ।
