କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ମନ୍ କି ବାତ୍ ରେ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା କରିଛନ୍ତି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରମିଳା ପ୍ରଧାନ ରାଧା-କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ବନାଗ୍ନି ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି । ପାରମ୍ପରିକ ଗୀତ ଓ ସଂକୀର୍ତ୍ତନ ଦ୍ଵାରା ସେ ଲୋକଙ୍କୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଷୟରେ ଶିକ୍ଷା ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରମିଳା ପ୍ରଧାନ ଓ ତାଙ୍କ ଗୋଷ୍ଠୀ ଗାଁ ଗାଁକୁ ଯାଇ ବନାଗ୍ନିର କ୍ଷତି ଓ ପରିବେଶ ସୁରକ୍ଷା ବିଷୟରେ ଗୀତ ମାଧ୍ୟମରେ ସନ୍ଦେଶ ଦେଉଛନ୍ତି । ଏହା ଆମ ପରମ୍ପରାର ଶକ୍ତିକୁ ଦର୍ଶାଏ ଯାହା ସମାଜକୁ ନୂଆ ଦିଗ ଦେଇପାରେ ।”
ଅନ୍ୟ ଏକ ଉଲ୍ଲେଖ, ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜର ଶାନ୍ତାଳୀ ଶାଢୀ ବିଷୟରେ କହିଛନ୍ତି । ସେ କହିଛନ୍ତି, “୬୫୦ରୁ ଅଧିକ ଆଦିବାସୀ ମହିଳା ଏବେ ଶାନ୍ତାଳୀ ଶାଢୀ ତିଆରି କରି ମାସକୁ ୧୦୦୦ ଟଙ୍କା ରୋଜଗାର କରୁଛନ୍ତି । ଏହା କେବଳ ରୋଜଗାର ନୁହେଁ, ବରଂ ସେମାନଙ୍କ ପରିଚୟର ପୁନରୁତ୍ଥାନ ।”
