ଅଗଷ୍ଟ ୯ରେ ୧ କୋଟି ୨୦ ଲକ୍ଷ ମହିଳାଙ୍କ ଖାତାରେ ପହଞ୍ଚିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି) : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା ୯ ଅଗଷ୍ଟରେ ରାଜ୍ୟର ୧ କୋଟି ୨୦ ଲକ୍ଷ ୪୦ ହଜାର ମହିଳାଙ୍କ ଖାତାରେ ସୁଭଦ୍ରା ଯୋଜନାର ଟଙ୍କା ଜମା ହେବ ବୋଲି ସେ କହିଛନ୍ତି।
ଏଥିପାଇଁ ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ଟଙ୍କା ମିଳିବ। ଯୋଗ୍ୟ ହିତାଧିକାରୀମାନେ ଅଗଷ୍ଟ ୯ରେ ପ୍ରଥମ କିସ୍ତି ପାଇବେ, ଯେଉଁମାନେ ବାକି ରହିବେ, ସେମାନେ ଯୋଗ୍ୟତା ଅନୁଯାୟୀ ମାର୍ଚ୍ଚ ୮ (ଆନ୍ତର୍ଜାତିକ ମହିଳା ଦିବସ)ରେ ସମସ୍ତ କିସ୍ତି ପାଇବେ।
ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ମହିଳାଙ୍କ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ ଅଧିକ କିମ୍ବା ଯିଏ ଜିରୋ ଇନ୍କମ୍ ଟ୍ୟାକ୍ସ ଦାଖଲ କରନ୍ତି, ସେମାନେ ସୁଭଦ୍ରା ଯୋଜନାର ଲାଭ ପାଇବେ ନାହିଁ।
ସୁଭଦ୍ରା ଟଙ୍କା ଘରେ ଘରେ ପହଞ୍ଚିବ, ମାତ୍ର ଏହା ପୂର୍ବରୁ ହିତାଧିକାରୀମାନେ ନିଜ ନାଁ ଚେକ୍ କରିବା ପାଇଁ କୋଟିଆ ଯାଇପାରନ୍ତି। ଅଗଷ୍ଟ ୯ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜୟପୁରରେ ଏହି ଟଙ୍କା ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ମଧ୍ୟ ଜଣାଯାଇଛି।
