ରାକ୍ଷୀ ପୂର୍ଣ୍ଣିମା ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
ଭୁବନେଶ୍ବର (ସଂକେତ ଟିଭି): ସୁଭଦ୍ରା ଯୋଜନା ଅନ୍ତର୍ଗତ ପୋର୍ଟାଲ ପୁଣି ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋଲିବ। ଏଥିରେ ୨୧ ବର୍ଷ ବୟସ୍କା ଯୁବତୀମାନେ ପୁନର୍ବାର ଆବେଦନ କରିବାର ସୁଯୋଗ ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏହି ସୂଚନା ଦେଇଛନ୍ତି।
ଏଥିସହ ପୂର୍ବରୁ ବାଦ୍ ପଡ଼ିଥିବା ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ କରାଯିବ। ଯେଉଁମାନଙ୍କର ଗାଡ଼ି କିଣା ଅଛି, ୫ ଏକରରୁ ଅଧିକ ଜମି ଅଛି କିମ୍ବା ଆଇଟି ରିଟର୍ଣ୍ଣ କରିଛନ୍ତି, ସେମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି।
ଅନ୍ୟତର, ୯୩ ହଜାର ହିତାଧିକାରୀଙ୍କ ବୟସ ୬୦ ବର୍ଷ ହୋଇଥିବାରୁ ସେମାନଙ୍କ ତଥ୍ୟ ସାମାଜିକ କଲ୍ୟାଣ ଓ ସୁରକ୍ଷା ବିଭାଗକୁ ପଠାଯାଇଛି। ଏହି ତଥ୍ୟ ଆଧାରରେ ପୁନର୍ବାର ଚୟନ ପ୍ରକ୍ରିୟା ଚାଲିବ।
