FeaturedLatestNewsPolitics

ଗାନ୍ଧୀ ଜୟନ୍ତୀରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ: ମାଲକାନଗିରିରୁ ଆରମ୍ଭ

ଭୁବନେଶ୍ବର (ସଂକେତ ଟିଭି): ଆଗାମୀ ୨ ଅକ୍ଟୋବର (ଗାନ୍ଧୀ ଜୟନ୍ତୀ)ରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ ଆୟୋଜନ କରାଯିବ। ଏହି ଅବସରରେ ମାଲକାନଗିରିରୁ ଏକ ପଦଯାତ୍ରା ଆରମ୍ଭ କରିବେ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ।

ଏହି ପଦଯାତ୍ରାରେ ପିସିସି ସଭାପତି ୧୪୭ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିବେ। ଏଥିସହ ଏଆଇସିସିର ଜାତୀୟ ନେତୃବୃନ୍ଦ ମଧ୍ୟ ଏହି ସତ୍ୟାଗ୍ରହ ଯାତ୍ରାରେ ଯୋଗଦାନ କରିବେ ବୋଲି କଂଗ୍ରେସ ସ୍ରୋତମାନେ ଜଣାଇଛନ୍ତି।

ଗାନ୍ଧୀଜୀଙ୍କର ଅହିଂସା ଓ ସତ୍ୟାଗ୍ରହ ନୀତିକୁ ଅନୁସରଣ କରି ଏହି ସତ୍ୟାଗ୍ରହ ଆନ୍ଦୋଳନ ଜାରି ରଖାଯିବ ବୋଲି କଂଗ୍ରେସ ପକ୍ଷ ତରଫରୁ ଅଧିକୃତ ଭାବେ ଘୋଷଣା କରାଯାଇଛି।