୨୪ ଅଗଷ୍ଟ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା କରାଇବା ପରେ ଏବେ ଓଡ଼ିଶାଠାରୁ ଦୂରକୁ ଚାଲିଯାଇଛି। ତଥାପି, ମୌସୁମୀ ବାୟୁପ୍ରବାହ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଛି।
ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଅଗଷ୍ଟ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରଖାଯାଇଛି। ମାତ୍ର, ତାହା ଘଟିବା ପୂର୍ବରୁ ଅର୍ଥାତ୍ ଆଗାମୀ ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ ବୋଲି ଆକାଶବାଣୀ ପୂର୍ବାନୁମାନ କରିଛି। ଏହି ସମୟରେ ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ଗୁରୁବାର ଦିନ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର ଏବଂ ବରଗଡ଼ ଜିଲ୍ଲାମାନଙ୍କ ପାଇଁ ସତର୍କତା ଜାରି କରାଯାଇଛି। ମୋଟାମୋଟି ଭାବରେ, ଆଗାମୀ ଏକ ସପ୍ତାହ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି କେନ୍ଦ୍ରୀୟ ମାହାକାଶ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।