FeaturedLatestNews

କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଛାତ

କଟକ :(ସଂକେତ ଟିଭି)କଟକ ରେଳ ଷ୍ଟେସନରେ ଏକ ଭୟାନକ ଘଟଣା ଘଟିଛି। ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଥିବାରୁ ଏହି ଅଞ୍ଚଳରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରାୟ ୫୦୦ ମିଟରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଥିବା ଦେଖାଯାଏ। ଏହି ଘଟଣାରେ ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି କି ନାହିଁ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ରେଳ ଲାଇନ ଉପରେ ଛାତ ପଡ଼ିଥିବାରୁ କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି।

ଭଗ୍ନାଶଂ ତଳେ କୌଣସି ଶ୍ରମିକ ରହିଛନ୍ତି କି ନାହିଁ ତାହାର ସନ୍ଧାନ ପାଇଁ ଉଦ୍ୟମ ଚାଲିଛି। ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ସମସ୍ତ ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି। ସିସିଟିଭି କ୍ୟାମେରାର ଫୁଟେଜ୍ ଦେଖି ଏହା ମଧ୍ୟ ଜଣାପଡ଼ିଛି ଯେ, ଭୁଶୁଡ଼ି ପଡ଼ିଥିବା ଅଞ୍ଚଳକୁ କେହି ଯାଇ ନାହାନ୍ତି।

ତଥାପି, ସମ୍ପୂର୍ଣ୍ଣ ନିଶ୍ଚିତତା ପାଇଁ ଏନେଇ ଅଧିକ ସନ୍ଧାନ କାର୍ଯ୍ୟ ଜାରି ରଖାଯାଇଛି। ଘଟଣାସ୍ଥଳୀରେ ତଦନ୍ତ ଚାଲିଛି।