FeaturedLatestNews

ସେଲ୍‌ଫି ନେଉଥିବା ବେଳେ ନଦୀରେ ଭାସିଗଲେ ଯୁବକ

ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର ଯଶୀପୁରସ୍ଥିତ ଭଣ୍ଡନ ନଦୀରେ ସେଲ୍ଫି ଉଠାଉଥିବା ବେଳେ ଜଣେ ଯୁବକ ନଦୀରେ ପଡ଼ି ଭାସିଯାଇଛନ୍ତି। ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ରାମତୀର୍ଥ ଘାଟରେ ଘଟିଥିଲା। ସେଲ୍ଫି ଉଠାଉଥିବା ବେଳେ ଯୁବକଙ୍କର ଗୋଡ଼ ଖସିଯିବା ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ।

ଘଟଣା ପରଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୧୬ ଘଣ୍ଟା ବିତିଯିବା ପରେ ମଧ୍ୟ ତାଙ୍କୁ ଉଦ୍ଧାର କରିହୋଇପାରିନାହିଁ। ନିଖୋଜ ଯୁବକ ମୁର୍ଶିଦାବାଦର ସାହିନ୍ ଆଲାମ ବୋଲି ଜଣାପଡିଛି, ଯିଏକି ଯଶୀପୁରରେ ରହି ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ଅଗ୍ନିଶମ ବାହିନୀ ଏବେ ମଧ୍ୟ ଖୋଜାଖୋଜି ଜାରି ରଖିଛି, ଆଉ ଯଶୀପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଉଛି।

ଅନ୍ୟ ଏକ ଘଟଣାରେ, ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନରେ ଥିବା ସୋନ ଡ୍ୟାମ୍ ଗେଟ୍ ନିକଟରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଦୃଷ୍ଟିଗୋଚର ହେବା ପରେ ସେମାନେ କପ୍ତିପଦା ପୋଲିସକୁ ଏହାର ଖବର ଦେଇଥିଲେ।

ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଡ୍ୟାମରୁ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର ପରେ ପୋସ୍ଟମର୍ଟମ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି। ମୃତକଙ୍କର ପରିଚୟ ଏବେଯାଏଁ ଅଜ୍ଞାତ ରହିଛି। ମୃତକ କିଏ ଏବଂ କିପରି ତାଙ୍କର ଡ୍ୟାମ୍ରେ ପହଞ୍ଚିଲା, ତାହା ଜାଣିବା ପାଇଁ ପୋଲିସ୍ ତଦନ୍ତ ଚଳାଉଛନ୍ତି।