ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): : ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଳନ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ତାରିଖ (ସୋମବାର) ଓ ୨୧ ତାରିଖ (ମଙ୍ଗଳବାର) ତାରିଖରେ ଓଡ଼ିଶାରେ ସରକାରୀ ଛୁଟି ରହିବ। ଏହି ଦୁଇ ଦିନ ଛୁଟି ରହିବା ସତ୍ତ୍ୱେ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ୱେ ସେଦିନ ଛୁଟି ରହିବ ନାହିଁ।
ଦୀପାବଳି ପାଳନ ନେଇ ପୂର୍ବରୁ ଅକ୍ଟୋବର ୨୦ ତାରିଖକୁ ଠିକ୍ ବୋଲି ମୁକ୍ତିମଣ୍ଡପରେ ଘୋଷଣା ହୋଇଥିଲା। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ୱନ୍ଦ୍ୱ ରହିଥିଲା। କିଛି ଲୋକ ୨୦ ତାରିକ୍କୁ ଦୀପାବଳି ବୋଲି ଚିନ୍ତା କରୁଥିବା ବେଳେ, ଅନ୍ୟ କିଛି ଲୋକ ୨୧ ତାରିଖକୁ ଦୀପାବଳି ବୋଲି କହୁଥିଲେ। ଶେଷରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ୨୦ ତାରିଖରେ ଦିନ ଦୀପଦାନ ଓ ପୟା ଶ୍ରାଦ୍ଧ ପାଳନ କରିବାକୁ କୁହାଯିବା ପରେ ଏ ଦ୍ୱନ୍ଦ୍ୱର ତାରଣ ମିଳିଛି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଭାବରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଓ ଟିଆଇ (TI) ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହି ବୃଦ୍ଧି ୨୦୨୫ ଜୁଲାଇ ୧ ତାରିଖରୁ ପ୍ରଭାବୀ ହେବ ଏବଂ ଚାଲୁ ଅକ୍ଟୋବର ମାସର ଦରମା ଓ ପେନ୍ସନ୍ରେ ନଗଦ ଆକାରରେ ମିଳିବ। ଏହି ବୃଦ୍ଧି ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫%ରୁ ବଢ଼ି ୫୮% ହେବ। ଏହି ନିଷ୍ପତ୍ତିରେ ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
