CrimeFeaturedLatestNews

ଏକା ରାତିରେ ତିନି ମନ୍ଦିର ଲୁଟ

ବାଲେଶ୍ବର (ସଂକେତ ଟିଭି): ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଗଗନଧୂଳି ପଞ୍ଚାୟତରେ ଥିବା ତିନିଟି ମନ୍ଦିରରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏକକାଳୀନ ଏହି ଲୁଣ୍ଠନର ଶିକାର ହୋଇଛି ଗଣ୍ଡୁଆ ଗ୍ରାମର ବଳି ବାସୁଳି ମନ୍ଦିର, ରଫେତପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ।

ଲୁଟେରାମାନେ ଏହି ମନ୍ଦିରଗୁଡ଼ିକରୁ ଠାକୁରଙ୍କ ସୁନା ଓ ରୁପାର ଚିତା, ମୂଲ୍ୟବାନ ସୁନା ଓ ରୁପାର ହାର, ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ଦାନ ବାକ୍ସ ସମେତ ମୂଲ୍ୟବାନ ଜିନିଷ ଚୋରି କରି ନେଇଯାଇଛନ୍ତି । ଏହି ଘଟଣା ପରେ ସେମାନେ ଫେରାର ହୋଇଯାଇଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ଦୁଇ ଦିନ ଭିତରେ ଖଇରା ଅଞ୍ଚଳରେ ୧୦ ରୁ ଊର୍ଦ୍ଧ୍ୱ ମନ୍ଦିରରୁ ଏହିପରି ଚୋରି ଘଟିଛି । ଅଞ୍ଚଳରେ ବାରମ୍ବାର ହେଉଥିବା ଚୋରି ଏବଂ ଡକାୟତିର ଘଟଣା ବଢ଼ୁଥିବାରୁ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ଦେଖାଦେଇଛି ।