ବିଜେପିରେ ଥାଇ ବିଜେଡିକୁ ସମର୍ଥନ: ୬ ପାରିଷଦଙ୍କ ପଦ ରଦ୍ଧ କଲେ ନିର୍ବାଚନ ଆୟୋଗ
ବାଲେଶ୍ବର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି) ସହ ଅନୁଚିତ ସମ୍ପର୍କ ରଖିବାର ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନ ଛଅ ଜଣ ପାରିଷଦଙ୍କୁ ପଦଚ୍ୟୁତ କରିଛନ୍ତି। ଏହି ପାରିଷଦମାନେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଦସ୍ୟ ଥିବା ବେଳେ ବିଜେଡି ଦଳକୁ ସମର୍ଥନ ଜଣାଇଥିବା ଦର୍ଶାଯାଇଛି।
ପଦଚ୍ୟୁତ ହୋଇଥିବା ପାରିଷଦମାନେ ହେଲେ ରଞ୍ଜନ ଦାସ, ସସ୍ମିତା ଦାସ, ପବିତ୍ର ସେଠି, ତନୟରାଣୀ ମହାପାତ୍ର, ଉର୍ମିଳା ରାଉତ ଏବଂ ରିନାରାଣୀ ସେଠୀ। ଗତ ସାଧାରଣ ନିର୍ବାଚନ ସମୟରେ ଏମାନେ ବିଜେପିର ଟିକଟ ନେଇ ପାରିଷଦ ଭାବରେ ନିର୍ବାଚିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜେଡି ବିଧାୟକଙ୍କୁ ସମର୍ଥନ ଜଣାଇଥିଲେ।
ଏହି ବିଷୟରେ ବିଜେପି ନେତା ନାଲିନିକାନ୍ତ ମହାପାତ୍ର ଗତ ୩ ଜୁନ୍ରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଦାଖଲର ପ୍ରାୟ ୧୭ ମାସ ପରେ ଆଜି ରାଜ୍ୟ ନିର୍ବାଚନ ଆୟୋଗ ଏହି ଛଅ ଜଣ ପାରିଷଦଙ୍କ ପଦ ରଦ୍ଧ କରିବାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ଜଣେ ଭାରପ୍ରାପ୍ତ ପୌରାଧକ୍ଷ ମଧ୍ୟ ଅଛନ୍ତି।
