BusinessLatestNews

ବାଲେଶ୍ବରରେ ‘ହୋଣ୍ଡା ବିଗ୍ ୱିଙ୍ଗ’ ସୋ’ରୁମ୍ ଉଦ୍‌ଘାଟିତ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱରଠାରେ ହୋଣ୍ଡା ବିଗ୍ ୱିଙ୍ଗର ଏକ ନୂତନ ସୋ’ରୁମ୍ ଉଦଘାଟିତ ହୋଇଛି। ରେମୁଣା ଗୋଲେଇ ନିକଟରେ ଅବସ୍ଥିତ ଏହି ସୋ’ରୁମ୍ ଉଦଘାଟନ କରିଥିଲେ ହୋଣ୍ଡା କମ୍ପାନୀର ଜେନେରାଲ ମ୍ୟାନେଜର ସରବଜିତ୍ ଚୌହାନ। ଏହି ଅବସରରେ ପାଞ୍ଚ ଜଣ ଗ୍ରାହକଙ୍କୁ ୩୫୦ ସିସି ବାଇକର ଚାବି ପ୍ରଦାନ କରାଯାଇଥିଲା।

ଉଦଘାଟନ କାର୍ଯ୍ୟକ୍ରମରେ ଶ୍ରୀ ଚୌହାନ କହିଥିଲେ ଯେ, ବିଶ୍ୱର ଯୁବସମାଜଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ହୋଣ୍ଡା ଭାରତରେ ଏକାଧିକ ମଡେଲ ଆଣୁଛି। ବାଲେଶ୍ୱରର ନୂତନ ସୋ’ରୁମ୍ ମାଧ୍ୟମରେ ୩୫୦ସିସି ରୁ ୭୫୦ ସିସି ପର୍ଯ୍ୟନ୍ତ କ୍ଷମତାସମ୍ପନ୍ନ ପ୍ରିମିୟମ ବାଇକ୍ ଚଳାଇବାର ପ୍ରକୃତ ଅନୁଭୂତି, ବିକ୍ରୟ ଏବଂ ପରବର୍ତ୍ତୀ ସେବା ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ହରି ଗ୍ରୁପର ନିର୍ଦ୍ଦେଶକ ସଂଗ୍ରାମ ଦାସ ଯୋଗଦେଇ ନୂତନ ସୋ’ରୁମ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୋନାଲ ମ୍ୟାନେଜର (ବିଜନେସ) ଅଜୟ ଶର୍ମା, ଜୋନାଲ ମ୍ୟାନେଜର (ସର୍ଭିସ୍) ସୁଖବିନ୍ଦର ସିଂହ, ବାଲେଶ୍ୱର ବିଗ୍ ୱିଙ୍ଗ ସୋ’ରୁମର ନିର୍ଦ୍ଦେଶକ ସଞ୍ଜୟ କୁମାର ଦାସ ଆଦି ଉପସ୍ଥିତ ଥିଲେ। ସଞ୍ଜୟ କୁମାର ଦାସ ବିଗ୍ ୱିଙ୍ଗରେ ଉପଲବ୍ଧ ବିଭିନ୍ନ ବାଇକ୍ଗୁଡ଼ିକର ମୁଖ୍ୟ ବୈଶିଷ୍ଟ୍ୟ ବିଷୟରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ହୋଣ୍ଡା ମୋଟର୍ସ ବିଗ୍ ୱିଙ୍ଗ ସର୍ଭିସ୍ର ବିଭିନ୍ନ ପଦାଧିକାରୀଙ୍କ ସହିତ ଇନ୍ଦ୍ରଜିତ ସିଂହ, ପ୍ରକାଶ ଦାସ, ସୁବ୍ରତ ମହାନ୍ତି ଏବଂ ଅରବିନ୍ଦ ଘୋଷଙ୍କ ସହଯୋଗ ଥିଲା।