ଲାଞ୍ଚ ନେବା ବେଳେ ଏମସିଏଲ ଅଧିକାରୀଙ୍କୁ ଧରିଲା ସିବିଆଇ
ସୁନ୍ଦରଗଡ଼ (ସଂକେତ ଟିଭି): ଝୁପୁରଙ୍ଗା-ତୁମୁଲିଆ ପ୍ରୋଜେକ୍ଟର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ତଥା ଏମସିଏଲ ଚିପ୍ ମ୍ୟାନେଜର ଅଖିଲେଶ କୁମାର ବର୍ମାଙ୍କୁ ଲାଞ୍ଚ ନେବା ବେଳେ ସିବିଆଇ ଟିମ୍ ଧରିଛି। ନଗଦ ଟଙ୍କା ସହିତ ତାଙ୍କୁ ଗିରଫ କରାଯାଇଛି।
ଘଟଣାଟିରେ ଜଣେ ବିସ୍ଥାପିତଙ୍କ ଠାରୁ ଘର ପାଇଁ ଟଙ୍କା ରିଲିଜ୍ କରିବା ବାବଦରେ ଅଖିଲେଶ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ, ଗତକାଲି ରାତିରେ ଅବଶିଷ୍ଟ ୨୦ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଟିମ୍ ତାଙ୍କୁ ଗିରଫ କରିଛି। ତାଙ୍କ ଅଫିସ୍ ଏବଂ ଏମସିଏଲ କ୍ୱାର୍ଟରରେ ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଭୁବନେଶ୍ୱର ନେଇ ପଚରାପଚରି କରିବା ପରେ ସିବିଆଇ ଜେଲ୍ ପଠାଇଦେଇଛି। ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ। ଅଖିଳେଶଙ୍କ ଓକିଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ତାରିଖରେ ହେବ।
ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଏମସିଏଲର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଏରିଆ ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମା ଜଣେ ବିସ୍ଥାପିତଙ୍କ ଠାରୁ ୧୧,୩୭,୫୯୫ ଟଙ୍କା ରିଲିଜ୍ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନେଉଥିବା ସମୟରେ ସିବିଆଇ ତାଙ୍କୁ ଅଟକ କରି ଟଙ୍କା ଜବ୍ତ କରିଛି। ଅଭିଯୁକ୍ତଙ୍କୁ ନ୍ୟାୟାଳୟକୁ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।
ଖବର ଅନୁଯାୟୀ, ଅଖିଳେଶ ବର୍ମା ବିସ୍ଥାପିତଙ୍କୁ ମୋଟ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଯାହାର ଅଂଶବିଶେଷ ପୂର୍ବରୁ ପ୍ରଦାନ କରାଯାଇଥିଲା। ଗିରଫକାରୀ ସମୟରେ ସିବିଆଇ ଅଧିକାରୀମାନେ ନିରୀକ୍ଷଣରେ ଥିବା ପ୍ରମାଣ ସହିତ କାର୍ଯ୍ୟକାରୀ କରିଥିଲେ। ଏହି ମାମଲାରେ ଆହୁରି ଗଭୀର ତଦନ୍ତ ଚାଲିଛି।
