FeaturedLatestNewsPolitics

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡ଼ି

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରଖି ବିଜୁ ଜନତା ଦଳ (ବିଜେଡ଼ି) ଆସନ୍ତାକାଲି ବୁଧବାର (୧୬ ତାରିଖ) ବାଲେଶ୍ୱର ଜିଲ୍ଲାବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳିତ ହେବ। ବନ୍ଦ ସମୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।

ବନ୍ଦ ସମୟରେ ଦୋକାନ, ବଜାର, ଯାନବାହନ, ବସ, ଟ୍ରେନ, ସ୍କୁଲ ଓ କଲେଜ ସବୁ ବନ୍ଦ ରହିବ। ଜରୁରୀକାଳୀନ ସେବା ସବୁ ସ୍ୱାଭାବିକ ଭାବରେ ଚାଲୁରହିବ। ବିଜେଡ଼ି ପକ୍ଷରୁ ଜିଲ୍ଲାବାସୀଙ୍କୁ ଏହି ବନ୍ଦ ପାଳନରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ଗତ ସୋମବାର ରାତିରେ ଅଧ୍ୟାପିକା ସୌମ୍ୟାଶ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ଜିଲ୍ଲାରେ ରୋଷ ଓ ଦୁଃଖର ପରିବେଶ ସୃଷ୍ଟି ହୋଇଛି। ସୌମ୍ୟାଶ୍ରୀ ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟାପକ ସମୀର ସାହୁ ଏବଂ ଅଧ୍ୟକ୍ଷଙ୍କ ଅସଦାଚରଣ ବିରୁଦ୍ଧରେ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ନେତୃବୃନ୍ଦଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର, କୌଣସି ନ୍ୟାୟ ନମିଳିବାରୁ ଶେଷରେ ନିରାଶ ହୋଇ ତାଙ୍କୁ ଏହି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇ ଏହି ଘଟଣାର ଯଥାର୍ଥ ତଦନ୍ତ ଦାବି କରିଛନ୍ତି। ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛି ଯେ, ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।