FeaturedLatestNewsPolitics

କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ କଂଗ୍ରେସ ଶୀଘ୍ର କଂଗ୍ରେସ ଭବନରେ ଏକ ମହିଳା ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ଯାଉଛି। ଏହାସହ ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ମଧ୍ୟ ଲଞ୍ଚ କରାଯିବ। ପିସିସି ସଭାପତି ଭକ୍ତ ଦାସ ବଡ଼ ଏହି ଘୋଷଣା କରିଛନ୍ତି।

ଏହି ଆପ୍ ମାଧ୍ୟମରେ ରାଜ୍ୟରେ ଅସୁବିଧାରେ ଥିବା ମହିଳାମାନେ ସିଧାସଳଖ ଅଭିଯୋଗ କରି ପାରିବେ। କଂଗ୍ରେସ ଏହି ଅଭିଯୋଗଗୁଡ଼ିକୁ ଦ୍ରୁତ ଗତିରେ ସମାଧାନ କରିବେ ବୋଲି ଜଣାଯାଇଛି।

ଆସନ୍ତା ୨୪ ତାରିଖରେ ରାଜ୍ୟବ୍ୟାପୀ ଭାବେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯିବ। ଗତ କିଛି ଦିନରେ ହତ୍ୟା କିମ୍ବା ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀମାନଙ୍କୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। କଂଗ୍ରେସ ସହ ୮ଟି ବାମପନ୍ଥୀ ଦଳ ମିଳିତ ଭାବେ ଏଥିରେ ଭାଗ ନେବେ।

କଲେଜ୍ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ପାଳନ କରାଯିବ। ୨୪ ତାରିଖ ପରେ ଆଗାମୀ କାର୍ଯ୍ୟକ୍ରମ ନେଇ ସମସ୍ତ ଦଳ ମିଳିତ ଭାବେ ଏକ ବୈଠକ କରି ନିଷ୍ପତ୍ତି ନେବେ ବୋଲି କଂଗ୍ରେସ ନେତା ଜଣାଇଛନ୍ତି।