ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ, ସକାଳ ୧୦ରୁ ସନ୍ଧ୍ୟା ୫ ଯାଏଁ ଭୋଟିଂ
ନୂଆଦିଲ୍ଲୀ (ସଂକେତ ଟିଭି): ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ପଦପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନ କମିଶନ ଆଜି ଏହି ନିର୍ବାଚନର ତାରିଖ ଘୋଷଣା କରିଛନ୍ତି।
ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବିଜ୍ଞପ୍ତି ଅଗଷ୍ଟ ୭ ତାରିଖରେ ଜାରି ହେବ ଏବଂ ନାମାଙ୍କନ ପ୍ରକ୍ରିୟା ସେହିଦିନଠାରୁ ଆରମ୍ଭ ହେବ। ଅଗଷ୍ଟ ୨୧ ହେଉଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ। ଅଗଷ୍ଟ ୨୫ରେ ପ୍ରାର୍ଥୀମାନେ ନାମ ପ୍ରତ୍ୟାହାର କରିପାରିବେ।
ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ କରନ୍ତି, ତେବେ ସେପ୍ଟେମ୍ବର ୯ରେ ଭୋଟିଂ ଅନୁଷ୍ଠିତ ହେବ। ଭୋଟିଂ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଜୁଲାଇ ୨୧ରେ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟ କାରଣରେ ଇସ୍ତଫା ଦେଇଥିଲେ, ଯାହା ଫଳରେ ଏହି ନିର୍ବାଚନ ଅନିବାର୍ଯ୍ୟ ହୋଇଥିଲା।
