FeaturedLatestNews

୨୨,୮୯୬ ଗ୍ରୁପ୍-ସି ପଦବୀ ପୂରଣ ପାଇଁ ମୁଖ୍ୟସଚିବ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ୧୦ ବିଭାଗରେ ଥିବା ୨୨,୮୯୬ ଗ୍ରୁପ୍-ସି ପଦବୀ ଶୀଘ୍ର ପୂରଣ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୩୧ ତାରିଖ ମଧ୍ୟରେ ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି।

ବିଭାଗଗୁଡ଼ିକ ମଧ୍ୟରେ ସର୍ବାଧିକ ୮,୩୫୮ ପଦବୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ରହିଛି। ପଞ୍ଚାୟତିରାଜ ବିଭାଗରେ ୪,୦୪୨, ସ୍ୱାସ୍ଥ୍ୟ ବିଭାଗରେ ୩,୬୭୭ ଏବଂ ଅନ୍ୟ ବିଭାଗଗୁଡ଼ିକରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଚାଲିଛି।

ମୁଖ୍ୟସଚିବ ଜଣାଇଛନ୍ତି ଯେ ରାଜ୍ୟର ୧୦ ବିଭାଗରେ ମୋଟ ୪୪,୯୦୯ ପଦବୀ ଖାଲି ରହିଛି, ଯାହାର ଅଧାରୁ ଅଧିକ (୨୨,୮୯୬) ପୂରଣ କରିବାକୁ ପ୍ରାଥମିକ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।