FeaturedGeneralLatest

ଅଗଷ୍ଟ ୨୮ରେ ସମ୍ବଲପୁରରେ ନୂଆଁଖାଇ ପର୍ବ, ନିର୍ଘଣ୍ଟ ହେଲା ଶୁଭଲଗ୍ନ

ସମ୍ବଲପୁର (ସଂକେତ ଟିଭି): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ସମ୍ବଲପୁରରେ ଶୁଭଲଗ୍ନ ନିର୍ଘଣ୍ଟ ହୋଇଛି। ଅଗଷ୍ଟ ୨୮ ତାରିଖରେ (ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି) ଗୁରୁବାର ଦିନ ସକାଳ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ୍ ମଧ୍ୟରେ ଏହି ପର୍ବ ପାଳିତ ହେବ।

ଏହି ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ (ନୂଆ ଅନ୍ନ) ଅର୍ପଣ କରାଯିବ। ତା’ପରେ ଘରେ ଘରେ ଲୋକେ ନୂଆ ଚାଉଳରେ ପ୍ରସ୍ତୁତ ଖାଦ୍ୟ ଖାଇ ପର୍ବ ପାଳନ କରିବେ।

ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୂର୍ବକ ମା’ ସମଲେଇଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଏହି ଶୁଭ ଲଗ୍ନ ନିର୍ଣ୍ଣୟ କରିଛନ୍ତି। ଏହି ପର୍ବ ପାଇଁ ସମ୍ବଲପୁରବାସୀ ଉତ୍ସାହରେ ପ୍ରସ୍ତୁତି ଚାଲିଛି।