ସେପ୍ଟେମ୍ବର ୩ରେ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ
ପୁରୀ (ସଂକେତ୍ ଟିଭି)ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଆସନ୍ତା ୩ ସେପ୍ଟେମ୍ବର ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।
ପ୍ରଥମ ବୈଠକରେ ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏକ ସବ୍-କମିଟି ଗଠନ କରାଯିବା ସମ୍ଭାବନା ରହିଛି। ଏଥିସହ ଗତ ୨୬ ମଇରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକର ବିବରଣୀକୁ ଦୃଢ଼ୀକରଣ କରାଯିବ।
ଆହୁରି ମଧ୍ୟ, ଆସନ୍ତା ୧୫ ସେପ୍ଟେମ୍ବରରେ ନାଟମଣ୍ଡପ ଧାଡ଼ିଦର୍ଶନ ବ୍ୟବସ୍ଥା ଲାଗୁ କରାଯିବା ସମ୍ଭାବନା ନେଇ ଆଲୋଚନା ହୋଇପାରେ। ପୁଣି, ରତ୍ନଭଣ୍ଡାରରେ ରଖାଯାଇଥିବା ଅଳଙ୍କାରର ସ୍ଥାନାନ୍ତରଣ ଓ ଗଣତି କାର୍ଯ୍ୟ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ।
ଏଥିପୂର୍ବରୁ, ସେପ୍ଟେମ୍ବର ୨ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ତା’ପରଦିନ ୩ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟକୁ ମୋହର ମାରିବ ନୂତନ ପରିଚାଳନା କମିଟି।
