FeaturedLatestNews

ଅକ୍ଟୋବର ୪ ଓ ୫ରେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା

ଭୁବନେଶ୍ୱର (ସଂକେତ୍ ଟିଭି):ଶନିବାର ଦିନ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିବି) ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସବ-ଇନ୍ସପେକ୍ଟର (ଏସଆଇ) ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀଗୁଡ଼ିକ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଏସ୍‌ଆଇ ପଦବୀ ପାଇଁ ଓଏମ୍‌ଆର୍ (OMR) ଆଧାରିତ ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ମାସର ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଓଏମଆର୍ ସିଟ୍ ଜରିଆରେ ଅନୁଷ୍ଠିତ ହେବ ବୋଲି ମଧ୍ୟ ଜଣାଯାଇଛି। ଉଲ୍ଲେଖ୍ୟ, ଏହି ପରୀକ୍ଷା ପୂର୍ବରୁ ଦୁଇଥର ଘୁଞ୍ଚିଥିଲା।

ଏଥିପାଇଁ ଆବଶ୍ୟକ ଆଡମିଟ୍ କାର୍ଡ୍ ସମ୍ବନ୍ଧୀୟ ବିବରଣୀ ଓଡ଼ିଶା ପୁଲିସର ଅଫିସିଆଲ ୱେବସାଇଟ୍ (odishapolice.gov.in)ରେ ଉପଲବ୍ଧ ହେବ। ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷା ସୂଚୀ ବିଷୟରେ ସବିଶେଷ ଜାଣିବା ପାଇଁ ପ୍ରାର୍ଥୀମାନଙ୍କୁ ସେପ୍ଟେମ୍ବର ୨୦ ତାରିଖ ପରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି।