ଉପରାଷ୍ଟ୍ରପତି ପଦରୁ ଇସ୍ତଫା ପରେ ପ୍ରଥମ ବାର୍ତ୍ତା ଦେଲେ ଧନଖଡ଼
ନୂଆଦିଲ୍ଲୀ (ସଂକେତ ଟିଭି): ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଚୁପ୍ଚାପ୍ ରହିଥିବା ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଶେଷରେ ମୁହଁ ଖୋଲିଛନ୍ତି। ନବନିର୍ବାଚିତ ଉପରାଷ୍ଟ୍ରପତି ଜି. ରାଧାକୃଷ୍ଣନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ ଏକ ପତ୍ର ଲେଖିଛନ୍ତି। ଜୁଲାଇ ୨୧ ତାରିଖରେ ଇସ୍ତଫା ଦେବା ପରେ ଧନଖଡ଼ଙ୍କ ଏହା ପ୍ରଥମ ସାର୍ବଜନିକ ବୟାନ।
ପତ୍ରରେ ଧନଖଡ଼ ଲେଖିଛନ୍ତି, ‘ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ତଥା ୬ଭାଗ ମାନବତାର ଘର ମନେ କରାଯାଉଥିବା ଭାରତର ଉପରାଷ୍ଟ୍ରପତି ଭାବେ ଆପଣଙ୍କ ନିର୍ବାଚନରେ ହାର୍ଦ୍ଦିକ ବଧାଇ’। ସେ ଆଗକୁ ଲେଖିଛନ୍ତି ଯେ ଏହି ପ୍ରତିଷ୍ଠିତ ପଦକୁ ରାଧାକୃଷ୍ଣନଙ୍କ ପଦୋନ୍ନତି ରାଷ୍ଟ୍ରର ପ୍ରତିନିଧିଙ୍କ ବିଶ୍ୱାସ ଓ ଭରସାକୁ ପ୍ରତିଫଳିତ କରେ। ଧନଖଡ଼ ଆହୁରି ମତ୍ୟ ଦେଇଛନ୍ତି ଯେ ସାର୍ବଜନିକ ଜୀବନରେ ରାଧାକୃଷ୍ଣନଙ୍କ ‘ବିଶାଳ ଅନୁଭବ’ ଯୋଗୁଁ ଉପରାଷ୍ଟ୍ରପତି ପଦବୀ ଆହୁରି ଗୌରବାନ୍ୱିତ ହେବ।
ଜଗଦୀପ ଧନଖଡ଼ ଜୁଲାଇ ୨୧ ତାରିଖରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅଚାନକ ଭାବରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଏହି ଆକସ୍ମିକ ପଦକ୍ଷେପ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା ଏବଂ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଇସ୍ତଫା ପରଠାରୁ ସମ୍ପୂର୍ଣ୍ଣ ନିରବ ରହିବା ଯୋଗୁଁ ବିରୋଧୀ ଦଳମାନେ ତାଙ୍କ ନୂତନ ଠିକଣା ଓ ଉଦ୍ଦେଶ୍ୟକୁ ନେଇ କୁତୁହଳ ପ୍ରକାଶ କରୁଥିଲେ ଏବଂ ବିଭିନ୍ନ ଅନୁମାନ ଚାଲିଥିଲା। ତାଙ୍କ ପକ୍ଷରୁ ଏବେ ଶୁଭେଚ୍ଛା ବାର୍ତ୍ତା ଆସିବା ପରେ ସେସବୁ ଅଟକିଛି।