ବାଲେଶ୍ବରରେ ଲଞ୍ଚ ହେଲା ହୋଣ୍ଡାର ନୂଆ ସିବି ୧୨୫ ହର୍ନେଟ୍ ଏବଂ ସାଇନ୍ ୧୦୦ ଡିଏକ୍ସ
ବାଲେଶ୍ୱର (ସଂକେତ ଟିଭି): ହୋଣ୍ଡା ମୋଟର ସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ତା’ର ଦୁଇଟି ନୂତନ ମଟରସାଇକେଲ୍ – ସିବି ୧୨୫ ହର୍ନେଟ୍ ଏବଂ ସାଇନ୍ ୧୦୦ ଡିଏକ୍ସ – ବାଲେଶ୍ୱରରେ ଲଞ୍ଚ କରିଛି। ଏହି ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ କମ୍ପାନୀର ଜୋନାଲ ମ୍ୟାନେଜର ରାଜେଶ ଚୌଧୁରୀ, ଜୋନାଲ ସେକ୍ସ ମ୍ୟାନେଜର ଜୟଦୀପ ସାହା, ୟୋର୍ସ ହୋଣ୍ଡାର ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ଦାସ ଏବଂ ସେଲ୍ସ ମ୍ୟାନେଜର ଇନ୍ଦ୍ରଜିତ ସିଂହ ଉପସ୍ଥିତ ଥିଲେ।
ନୂତନ ସିବି ୧୨୫ ହର୍ନେଟ୍ ମଟରସାଇକେଲ୍ର ମୂଲ୍ୟ ଧାର୍ଯ୍ୟ କରାଯାଇଛି ୧,୧୨,୦୦୦ ଟଙ୍କା (ସ୍ୱତନ୍ତ୍ର ଶୁଭାରମ୍ଭ ମୂଲ୍ୟ) ଏବଂ ସାଇନ୍ ୧୦୦ ଡିଏକ୍ସର ମୂଲ୍ୟ ରଖାଯାଇଛି ୭୬,୮୦୯ ଟଙ୍କା (ଏକ୍ସ-ସୋ’ରୁମ୍ ବାଲେଶ୍ୱର)। କମ୍ପାନୀ ଉଭୟ ମଟରସାଇକେଲ୍ ପାଇଁ ଗ୍ରାହକଙ୍କ ଘରକୁ ଯୋଗାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିସାରିଛି।
ସିବି ୧୨୫ ହର୍ନେଟ୍ ବିଶେଷତା:
ନୂଆ ସିବି ୧୨୫ ହର୍ନେଟ୍ ତା’ର ସ୍ପୋର୍ଟି ଡିଜାଇନ୍ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହା ଚାରିଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ: ପର୍ଲ ସାଇରେନ୍ ବ୍ଲୁ ୱିଥ୍ ଲେମନ୍ ଆଇସ୍ ୟଲୋ, ପର୍ଲ ଇଗ୍ନିଅସ୍ ବ୍ଲାକ୍, ପର୍ଲ ସାଇରେନ୍ ବ୍ଲୁ ୱିଥ୍ ଆଥଲେଟିକ୍ ବ୍ଲୁ ମେଟାଲିକ୍, ଏବଂ ପର୍ଲ ସାଇରେନ୍ ବ୍ଲୁ ୱିଥ୍ ପୋର୍ଟ ରେଡ୍। ଏଥିରେ ଗୋଲ୍ଡେନ୍ ୟୁଏସ୍ ଡି ସମ୍ମୁଖ ଫର୍କ, ଅଲ୍-ଏଲଇଡି ଲାଇଟିଂ, ଏବଂ ଏକ ୪.୨ ଇଞ୍ଚ ଟିଏଫ୍ଟି ଡିସ୍ପ୍ଲେ ରହିଛି ଯାହା ବ୍ଲୁଟୁଥ୍ ସମର୍ଥିତ ହୋଣ୍ଡା ରୋଡ୍ ସିଙ୍କ୍ ସହିତ ଯୋଡ଼ି କଲ୍ ଏବଂ ଏସଏମଏସ୍ ଆଲର୍ଟ ଦେବା ସହିତ ଦିଗ ନିର୍ଦ୍ଦେଶ କରିଥାଏ। ୫-ସ୍ପିଡ୍ ଗିଅରବକ୍ସ ସହିତ ଏହି ବାଇକ୍ ମାତ୍ର ୫.୪ ସେକେଣ୍ଡରେ ୦-୬୦ କିମି/ଘଣ୍ଟା ବେଗ ଧାରଣ କରିପାରେ, ଯାହା ଏହାକୁ ଏହି ବର୍ଗରେ ଅତ୍ୟନ୍ତ ଦ୍ରୁତଗାମୀ କରିଥାଏ।
ସାଇନ୍ ୧୦୦ ଡିଏକ୍ସ ବିଶେଷତା:
ସାଇନ୍ ୧୦୦ ଡିଏକ୍ସ ପ୍ରିମିୟମ୍ ଡିଜାଇନ୍ ଏବଂ ସୁବିଧା ଉପରେ ଧ୍ୟାନ ଦେଇଛି। ନୂଆ ଡିଜାଇନ୍ କରାଯାଇଥିବା କ୍ରୋମ୍ ହେଡ୍ଲାମ୍ପ, ପ୍ରଶସ୍ତ ଇନ୍ଧନ ଟାଙ୍କି, ଏବଂ ଆକର୍ଷଣୀୟ ବଡି ଗ୍ରାଫିକ୍ସ ଏହାର ମୁଖ୍ୟ ଆକର୍ଷଣ। ଏହା ଚାରିଟି ରଙ୍ଗରେ ଉପଲବ୍ଧ: ପର୍ଲ ଇଗ୍ନିଅସ୍ ବ୍ଲାକ୍, ଇମ୍ପେରିଆଲ୍ ରେଡ୍ ମେଟାଲିକ୍, ଆଥଲେଟିକ୍ ମେଟାଲିକ୍, ଏବଂ ଜେନି ଗ୍ରେ ମେଟାଲିକ୍। ଏଥିରେ ଏକ ଡିଜିଟାଲ୍ ଏଲସିଡି ଇନ୍ସ୍ଟ୍ରୁମେଣ୍ଟ କ୍ଲଷ୍ଟର୍ ରହିଛି ଯାହା ରିଅଲ୍-ଟାଇମ୍ ମାଇଲେଜ୍, ଇନ୍ଧନ ଶେଷ ହେବାକୁ ଥିବା ଦୂରତା, ଏବଂ ସର୍ଭିସ୍ ରିମାଇଣ୍ଡର୍ ଦର୍ଶାଏ। ସାଇନ୍ ୧୦୦ ଡିଏକ୍ସରେ ୪-ସ୍ପିଡ୍ ଗିଅରବକ୍ସ ରହିଛି।