ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି
ଭୁବନେଶ୍ବର (ସଂକେତ ଟିଭି): ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ନୂଆ ଅବକାରୀ ନୀତି ଆସିବ । ଏଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ‘ନିଶା ନୁହେଁ ଜୀବନ’ ନାମକ ଏକ ମାସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏହି ନୂଆ ନୀତି ପ୍ରଣୟନରେ ସହାୟତା ପାଇଁ ଅବକାରୀ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ଅନ୍ୟ ରାଜ୍ୟଗୁଡ଼ିକରେ ଭ୍ରମଣ କରି ଫେରିଛନ୍ତି । ଆସନ୍ତା ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ନୂଆ ନୀତି ଉପରେ ଆଲୋଚନା କରାଯାଇ ସମସ୍ତ ତଥ୍ୟ ଦିଆଯିବ ।
ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି, ଯାହା ଚଳିତ ମାସ ଶେଷରେ ନୂଆ ନୀତି କାର୍ଯ୍ୟକାରୀ ହେବା ସହିତ ସମାପ୍ତ ହେବ । ଅବକାରୀ ମନ୍ତ୍ରୀ କହିଛନ୍ତି ଯେ ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ପୂର୍ଣ୍ଣ ରୋକ ଲଗାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।