CrimeFeaturedLatestNews

ଲାଞ୍ଚ ନେଇ ଧରାପଡିଲେ ତହସିଲଦାର ଓ ଡ୍ରାଇଭର

ସମ୍ବଲପୁର (ସଂକେତ ଟିଭି): ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଏହି କାର୍ଯ୍ୟ ପାଇଁ ତହସିଲଦାର ଲାଞ୍ଚ ମାଗୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ସଜାଗ ହୋଇଥିଲା।

ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ତହସିଲଦାରଙ୍କ ଡ୍ରାଇଭର ପ୍ରବିନ କୁମାର, ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ପାଇଁ ୧୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ଟଙ୍କା ନେବା ସମୟରେ ଡ୍ରାଇଭର ପ୍ରବିନଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକକରିଥିଲେ।

ଘଟଣା ସ୍ଥଳରେ ତଦନ୍ତ କରି ଭିଜିଲାନ୍ସ ଅଧିକାରୀମାନେ ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ପ୍ରବିନ କୁମାରଙ୍କୁ ଅଟକ କରି ସମ୍ବଲପୁରକୁ ନେଇଛନ୍ତି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।