୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଶୁଭାରମ୍ଭ, ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଶିଶୁ ଓ ମହିଳା କଲ୍ୟାଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ୟମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକ ସର୍ବତ୍ର ପ୍ରସାରିତ ହୋଇଥିବା ବେଳେ ଗ୍ରାମାଞ୍ଚଳର ଶିଶୁମାନଙ୍କୁ ପୋଷଣ, ପୂର୍ବବିଦ୍ୟାଳୟ ଶିକ୍ଷା ଏବଂ ମହିଳାଙ୍କୁ ପୌଷ୍ଟିକ ସେବା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅବ।
ଏହି ନୂତନ କେନ୍ଦ୍ରଗୁଡ଼ିକ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖୋଲାଯାଇଛି। ଜିଲ୍ଲା ଅନୁସାରେ କେନ୍ଦ୍ର ସଂଖ୍ୟା ହେଉଛି: ଅନୁଗୁଳ (୩୫), ବାଲେଶ୍ୱର (୭୭), ବରଗଡ଼ (୪୪), ଭଦ୍ରକ (୩୪), ବଲାଙ୍ଗୀର (୨୩), ବୌଦ୍ଧ (୧୧), କଟକ (୨୬), ଦେବଗଡ଼ (୫), ଢେଙ୍କାନାଳ (୧୮), ଗଜପତି (୧୪), ଗଞ୍ଜାମ (୭୨), ଜଗତସିଂହପୁର (୩୭), ଯାଜପୁର (୧୯), ଝାରସୁଗୁଡ଼ା (୧୮), କଳାହାଣ୍ଡି (୯୦), କନ୍ଧମାଳ (୨୨), କେନ୍ଦ୍ରାପଡ଼ା (୨୨), କେନ୍ଦୁଝର (୧୮), ଖୋର୍ଦ୍ଧା (୬୧), କୋରାପୁଟ (୩୪), ମାଲକାନଗିରି (୮), ମୟୂରଭଞ୍ଜ (୭), ନବରଙ୍ଗପୁର (୨୬), ନୟାଗଡ଼ (୫୬), ନୂଆପଡ଼ା (୧୦), ପୁରୀ (୬୮), ରାୟଗଡ଼ା (୧୮), ସମ୍ବଲପୁର (୧୨), ସୁବର୍ଣ୍ଣପୁର (୧୬) ଏବଂ ସୁନ୍ଦରଗଡ଼ (୧୭)।
ଏହି ପ୍ରକଳ୍ପଦ୍ୱାରା ରାଜ୍ୟର ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା ବ୍ୟବସ୍ଥା ମଜଭୁତ ହେବାରସହ ମହିଳାଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି କେନ୍ଦ୍ରଗୁଡ଼ିକୁ ଆଧୁନିକ ସୁବିଧା ସହିତ ପ୍ରତିଷ୍ଠିତ କରାଯାଇଛି ଯାହାଦ୍ୱାରା ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ ହୋଇପାରିବ।