FeaturedLatestNewsPolitics

ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ: ସଚିନ୍ ପାଇଲଟ୍

ଝାରସୁଗୁଡ଼ା (ସଂକେତ ଟିଭି): ଛତିଶଗଡ଼ର ବରିଷ୍ଠ କଂଗ୍ରେସ ନେତା ସଚିନ୍ ପାଇଲଟ୍ ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ଦଳର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ । ରାଜ୍ୟ ଗସ୍ତକୁ ଆସିଥିବା ପାଇଲଟ୍ ଦାବି କରିଛନ୍ତି ଯେ ରାଜ୍ୟରେ କଂଗ୍ରେସର ସଂଗଠନାତ୍ମକ ମୂଳଦୁଆ ବହୁତ ମଜଭୁତ ଅଛି ।

ତାଙ୍କରି ମତରେ, ଭବିଷ୍ୟତରେ ଦଳକୁ ସଫଳତା ଆଣିବା ପାଇଁ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୫ ବର୍ଷକୁ କଂଗ୍ରେସ ସଂଗଠନ ପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରାଯାଇଛି । ଏହି ଉଦ୍ଦେଶ୍ୟରେ ଦଳ କଠିନ ପରିଶ୍ରମ କରୁଛି ।

ଏହି ଅବସରରେ ପାଇଲଟ୍ ଓଡ଼ିଶା ଏବଂ କେନ୍ଦ୍ରର ବିଜେପି ସରକାରକୁ ଜନବିରୋଧୀ ଭାବେ ଚିତ୍ରିତ କରିଛନ୍ତି । ବିହାରରେ ଏସଆଇଆର (SIR) ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ସେ ସ୍ୱାଗତ ଜଣାଇଛନ୍ତି । ତାଙ୍କରି ମତରେ, ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ସାରା ଦେଶରେ ଜନଜାଗରଣ ସୃଷ୍ଟି ହେଉଛି ଏବଂ ସରକାର ବିରୋଧରେ ଦେଶରେ ଜନଅସନ୍ତୋଷ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।