FeaturedLatestNews

ତ୍ରିଶୂଳିଆରେ ନିର୍ମିତ ହେବ ଦ୍ୱିତୀୟ ବ୍ରିଜ୍ , ୨୯୭ କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର (ସଂକେତ ଟିଭି): କଟକ ଦ୍ୱୟନଗରୀରେ ଯାନବାହନର ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତ୍ରିଶୂଳିଆ ଅଞ୍ଚଳରେ ଏକ ଦ୍ୱିତୀୟ ସେତୁ ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ବିଧାନସଭାରେ ଦେଇଛନ୍ତି।

ମନ୍ତ୍ରୀଙ୍କ ମତାନୁସାରେ, ଏହି ନୂତନ ସେତୁ ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ଚାଲିଛି ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପରେ ଏହାକୁ ୩୬ ମାସର ମଧ୍ୟରେ ଶେଷ କରିବା ଲକ୍ଷ୍ୟ ରଖାଯାଇଛି।

ଏହି ଲିଖିତ ଉତ୍ତର ପୂର୍ତ୍ତ ମନ୍ତ୍ରୀ ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସଙ୍କ ଏକ ପ୍ରଶ୍ନର ଜବାବରେ ଦେଇଛନ୍ତି। ଏହି ସେତୁ ନିର୍ମିତ ହେଲେ ଦ୍ୱୟନଗରୀର ଯାନବାହନ ଭିଡ଼ ଓ ଯାନଜଟ ପ୍ରଶମନ ହେବାର ଆଶା କରାଯାଉଛି।