ରାଜ୍ୟରେ ଖୋଲିବ ବନ୍ଦ ହୋଇ ରହିଥିବା ୭୦ଟି ମଦ ଦୋକାନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ବନ୍ଦ ହୋଇଥିବା ୭୦ ଗୋଟି ମଦ ଦୋକାନ ପୁନର୍ବାର ଖୋଲିବାକୁ ଅନୁମତି ଦେଇଛନ୍ତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ।
ମନ୍ତ୍ରୀଙ୍କ ମତାନୁଯାୟୀ, ବନ୍ଦ ହୋଇଥିବା ଏହି ୭୦ ଦୋକାନ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୭ଟି, ଗଞ୍ଜାମରେ ୧୦ଟି, ନୟାଗଡରେ ୯ଟି, ମୟୁରଭଞ୍ଜରେ ୮ଟି, କଟକରେ ୭ଟି, ରାୟଗଡାରେ ୫ଟି, ବ୍ରହ୍ମପୁରରେ ୪ଟି, କେନ୍ଦୁଝର ଓ କନ୍ଧମାଳରେ ୩ଟି ଲେଖାଏଁ, ବଲାଙ୍ଗିରରେ ୨ଟି ଏବଂ ମାଲକାନଗିରି ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ଦୋକାନ ଖୋଲାଯିବ ।
ଏହା ବ୍ୟତୀତ, ରାଜ୍ୟରେ ୪ଟି ନୂଆ ଠିପି ଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ନୂଆ ଦୋକାନ ଖୋଲିବା ପାଇଁ ପୁରୀରେ ୩ଟି ଏବଂ ଭୁବନେଶ୍ୱରରେ ଗୋଟିଏ ପ୍ରସ୍ତାବ ରହିଛି । ସେହିପରି ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଓଲିବା ପାଇଁ ପ୍ରସ୍ତାବ ରହିଛି ।
ବିଧାୟକ ଅଖିଳଚନ୍ଦ୍ର ନାୟକଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଏହି ତଥ୍ୟ ବିଧାନସଭାରେ ଉପସ୍ଥାପନା କରିଛନ୍ତି ।