FeaturedGeneralLatest

ଲଦାଖରେ ହିଂସା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଗିରଫ

ନୂଆଦିଲ୍ଲୀ (ସଂକେତ ଟିଭି): ଲଦାଖରେ ହିଂସାତ୍ମକ ପ୍ରତିବାଦ ଘଟଣା ପରେ ଶୁକ୍ରବାର ଦିନ ଲେହ ପୁଲିସ ଜଣାଶୁଣା ସାମାଜିକ କର୍ମୀ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ଙ୍କୁ ଗିରଫ କରିଛି। ବୁଧବାର ଲଦାଖରେ ଅନୁଷ୍ଠିତ ହୋଇଥିବା ପ୍ରତିବାଦରେ ହିଂସା ଭାବେ ଧରିଥିବା ବେଳେ ଅତି କମରେ ଚାରିଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଲେହ ଆପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ ସହିତ ୱାଙ୍ଗଚୁକ୍ ଏହି ପ୍ରତିବାଦ ଆରମ୍ଭ କରିଥିଲେ। ପ୍ରଦର୍ଶନକାରୀମାନେ ଲଦାଖକୁ ପୃଥକ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ବିଶେଷ ସୁବିଧା ପ୍ରଦାନ କରିବା ପାଇଁ ଦାବି କରୁଥିଲେ। କେନ୍ଦ୍ର ସରକାର ଏହି ହିଂସାତ୍ମକ ଘଟଣା ପାଇଁ ସୋନମ ୱାଙ୍ଗଚୁକ୍ଙ୍କୁ ଦାୟୀ କରିଛନ୍ତି।

ଲଦାଖର ଦାବିକୁ ଲେଇ ଚାପ ସୃଷ୍ଟି କରିବା ପାଇଁ ସୋନମ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦, ୨୦୨୫ରେ ଅନଶନ ଆରମ୍ଭ କରିଥିଲେ। ତା’ପରେ ହିଂସା ବୃଦ୍ଧି ପାଉଥିବାରୁ ଚିନ୍ତିତ ହୋଇ ସେ ସେପ୍ଟେମ୍ବର ୨୪ରେ ତାଙ୍କର ଅନଶନ ବନ୍ଦ କରିଥିଲେ।

ଏହା ପୂର୍ବରୁ, ସୋନମ୍ ୱାଙ୍ଗଚୁକ୍ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ଉପରେ ବିଦେଶୀ ପାଣ୍ଠି ଆଇନର ବ୍ୟାପକ ଉଲ୍ଲଂଘନର ଅଭିଯୋଗ ଆସିଥିଲା। ଏହି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ତ୍ୱରାନ୍ୱିତ କରିଥିଲା ଏବଂ ଗୁରୁବାର ଦିନ ସୋନମ ୱାଙ୍ଗଚୁକ୍ଙ୍କ ସଂଗଠନର ଏଫ୍‌ସିଆରଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଅଧିନିୟମ) ଲାଇସେନ୍ସ ରଦ୍ଦ କରିଦେଇଥିଲା। ପୂର୍ବରୁ ୨୦ ଅଗଷ୍ଟ ୨୦୨୫ରେ ତାଙ୍କୁ ଏକ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରାଯାଇଥିଲା ଏବଂ ସେପ୍ଟେମ୍ବର ୧୦ରେ ଇ-ମେଲ ମାଧ୍ୟମରେ ଉତ୍ତର ମାଗାଯାଇଥିଲା।

ସିବିଆଇର ଅନୁସନ୍ଧାନରୁ ଜଣାପଡିଛି ଯେ ୱାଙ୍ଗଚୁକ୍ ଏବଂ ତାଙ୍କ ସଂସ୍ଥା ସହିତ ଜଡିତ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଗୁପ୍ତ ରଖାଯାଇଥିଲା। ସଂସ୍ଥାର ୭ଟି ଏଚ୍‌ଆଇଏଲ୍ (ଉଚ୍ଚ ମୂଲ୍ୟର ବିଦେଶୀ ଅର୍ଥ ଆକାଉଣ୍ଟ) ମଧ୍ୟରୁ ୪ଟି ଘୋଷଣା କରାଯାଇ ନାହିଁ। ଗତ ବର୍ଷ ସଂସ୍ଥାକୁ ୬ କୋଟି ଟଙ୍କାର ଦାନ ମିଳିଥିବା ବେଳେ ଏବର୍ଷ ଏହି ପରିମାଣ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏଥିରୁ ୧.୫ କୋଟିରୁ ଅଧିକ ବିଦେଶୀ ଅର୍ଥ ଉଚିତ ଏଫ୍‌ସିଆରଏ ପଞ୍ଜୀକରଣ ବିନା ଆସିଥିବା ଅଭିଯୋଗ ରହିଛି।