ଓଡିଶା ସିଭିଲ ସର୍ଭିସେସ୍ ଫଳାଫଳ: ପ୍ରିୟାଂଶୁ ପାଲ ହେଲେ ଟପ୍ପର
ଭୁବନେଶ୍ୱର (ସଂକେତ ଟିଭି): ବହୁପ୍ରତୀକ୍ଷିତ ଓଡିଶା ସିଭିଲ ସର୍ଭିସେସ୍ (ଓଏସସିଏସ୍) ୨୦୨୩-୨୪ ପରୀକ୍ଷାର ଫଳାଫଳ ଶୁକ୍ରବାରରେ ଘୋଷଣା କରାଗଲା । ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପ୍ରାର୍ଥୀ ଚୟନିତ ହୋଇଛନ୍ତି । ପ୍ରିୟାଂଶୁ ପାଲ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଚୟନିତ ୩୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା ଅଛନ୍ତି । ଶୀର୍ଷ ୧୦ ଜଣ ପ୍ରାର୍ଥୀଙ୍କ ତାଲିକାରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା ଭାବରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ଅଛନ୍ତି ।
ଶୀର୍ଷ ୧୦ ଜଣ ସଫଳ ପ୍ରାର୍ଥୀଙ୍କ ନାମ:
୧. ପ୍ରିୟାଂଶୁ ପାଲ
୨. ଅନନ୍ୟା ମିଶ୍ର
୩. ଶୋଭନ ପଟ୍ଟନାୟକ
୪. ମିର୍ଜା ଫାଇଜ ଅହମଦ କ୍ୟୁରେସି
୫. ଚିନ୍ମୟ ସାହୁ
୬. ଅନ୍ତିମ ସ୍ୱାଇଁ
୭. ଶୌଳେଶ କୁମାର ଭୋଇ
୮. ମହମ୍ମଦ ନାଜିଫ ହାତିଫ
୯. ଚିନ୍ମୟ କୁମାର ପାଢ଼ୀ
୧୦. ମିଲନ ମହାପାତ୍ର
ଏହି ପରୀକ୍ଷାର ମୁଖ୍ୟ ପରୀକ୍ଷା ଏପ୍ରିଲ ୧୯, ୨୦, ୨୨, ୨୪, ୨୭ ଏବଂ ମେ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ୬ ଓ ୧୮ ତାରିଖରେ ବ୍ୟକ୍ତିତ୍ୱ ପରୀକ୍ଷା (ପର୍ସନାଲିଟି ଟେଷ୍ଟ) ଦେଇଥିଲେ । ସର୍ବଶେଷ ଫଳାଫଳ ଉଭୟ ପରୀକ୍ଷାର ସଂଯୁକ୍ତ ମୂଲ୍ୟାଙ୍କନ ଉପରେ ଆଧାରିତ ।