EducationFeaturedLatestNews

ଶୀଘ୍ର ନିଯୁକ୍ତି ହେବେ ସ୍ଥାୟୀ ଅଧ୍ୟାପକ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ମଧ୍ୟ ସୁଯୋଗ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଶୀଘ୍ର ସ୍ଥାୟୀ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ତଥ୍ୟ ଦର୍ଶାଇ କହିଛନ୍ତି ଯେ ଏହି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଏହାର ପୂର୍ବରୁ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ରାଜ୍ୟର ୪୮୮ ଟି ସରକାରୀ କଲେଜ ଏବଂ ୬୬୨ ଟି ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କାର୍ଯ୍ୟ ପାଇଁ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ। ମନ୍ତ୍ରୀ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗୀୟ ପୋର୍ଟାଲ ‘ହିମସ୍’ (HIMS) ମାଧ୍ୟମରେ ଯେଉଁମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନ କରିବେ, ସେମାନଙ୍କୁ ଏହି ନିଯୁକ୍ତି ମିଳିବ।

ମନ୍ତ୍ରୀ ଶ୍ରୀ ସୂରଜ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ସରକାରଙ୍କ ସମୟରୁ ରାଜ୍ୟର କଲେଜଗୁଡ଼ିକରେ ଅଧ୍ୟାପକଙ୍କ ଖାଲି ପଦବୀ ରହିଥିବା ଏକ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଅଚଳାବସ୍ଥା ଦୂର କରିବା ଏବଂ ଶିକ୍ଷା କ୍ଷେତ୍ରକୁ ସଶକ୍ତ କରିବା ପାଇଁ ବର୍ତ୍ତମାନର ସରକାର ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।