ଏଆଇ କ୍ୟାମେରା ସାହାର୍ଯ୍ୟରେ ଧରାହେଲେ ୫ ଶିକାରୀ
ବାରିପଦା (ସଂକେତ ଟିଭି): ଆଧୁନିକ ପ୍ରଯୁକ୍ତି ଆଗରେ ଶିକାରୀଙ୍କ ଛଳନା ବାରମ୍ବାର ବିଫଳ ହେଉଛି । ଇନ୍ଫ୍ରାରେଡ ଟ୍ରାପ କ୍ୟାମେରା ଏବଂ କୃତ୍ରିମ ବୁଦ୍ଧିମତା (AI) ଟ୍ରାକିଂ ସହିତ ସଜ୍ଜିତ ବନବିଭାଗ ଏବେ ଶିକାରୀଙ୍କ ପିଛା ଧରିବାରେ ଅଧିକ ପାରଦର୍ଶୀ ହୋଇଛି । ଗତ ୯ ତାରିଖରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଜେନାବିଲ ରେଞ୍ଜ ଅଞ୍ଚଳରେ AI କ୍ୟାମେରାଦ୍ୱାରା ଅନୁଧ୍ୟାନରେ ଆସିଥିବା ୫ ଜଣ ଶିକାରୀକୁ ଗିରଫ କରାଯାଇଛି ।
ଏହି ଘଟଣା ଆସିଛି ମାତ୍ର ଦୁଇ ଦିନ ପୂର୍ବେ ଅନ୍ୟ ୨ ଜଣ ଶିକାରୀ ଧରାପଡ଼ିବାର ଘଟଣା ପରେ । ଶିକାରୀଙ୍କ ଗିରଫ ଆସମୟରେ ବନବିଭାଗ କର୍ମୀମାନେ ଉକ୍ତ ଶିକାରୀଙ୍କ ଘରେ ଛାପା ମାରି ଗୋଟିଏ ଦେଶୀ ବନ୍ଧୁକ, ୭ଟି ତୀର, ବନ୍ଧୁକ ନଳୀ, ଟର୍ଚ୍ଚ ଏବଂ ଶୁଖିଲା ଜଙ୍ଗଲୀ ବାରହା ମାଂସ ଜବତ କରିଛନ୍ତି ।
ଗିରଫ ହୋଇଥିବା ୫ ଜଣ ଶିକାରୀ ହେଲେ ଖୁଣ୍ଟା ଥାନା ଅଧୀନରେ ଥିବା ଜଡିଦର ଗାଁର ବୀରସିଂ ହୋ, ଚରଣ ହୋ, ଛଲେ ହୋ, ସାଗର ହୋ ଏବଂ ଶୁକ୍ରା ହୋ । ଏହି ଗିରଫକର୍ମ ଦର୍ଶାଉଛି ଯେ ବନ୍ୟପ୍ରାଣୀ ସୁରକ୍ଷା ଏବଂ ଶିକାର ବିରୋଧୀ ଅଭିଯାନରେ ବନବିଭାଗ ନୂତନ ଟେକ୍ନୋଲୋଜି ଉପରେ ବୃହତ ପରିମାଣରେ ନିର୍ଭର କରିବା ଆରମ୍ଭ କରିଛି ।
