FeaturedLatestNews

ଟୋଲଗେଟ୍ ରେ ପିଟି ହେଲା କାର: ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ମୃତ୍ୟୁ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନରେ ଅବସ୍ଥିତ ପଦ୍ମନାଭପୁର ଟୋଲଗେଟ୍ ନିକଟରେ ରବିବାର ସକାଳେ ଏକ ଭୟଙ୍କର କାର୍ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଏକ କାର୍ ଭାରସାମ୍ୟ ହରାଇ ଟୋଲଗେଟ୍ ର ୩ନମ୍ବର ବୁଥ୍ ଉପରେ ମାଡିଯିବାରୁ ଦୁଇଜଣ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ରାଜଦୀପ ପଟ୍ଟନାୟକଙ୍କ ପରେ ବାରିପଦା ଡାକ୍ତରଖାନାରେ ଚିକିତ୍ସା କାଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଘଟଣା ସମୟରେ କାର୍ଯନ୍ତରୀ ନମ୍ବର ଓଡି-୧୧ଏମ-୬୭୧୬ କାରଟି ବାଲେଶ୍ୱରରୁ ବେତନଟୀ ଆଡକୁ ଅତି ଦ୍ରୁତଗତିରେ ଯାଉଥିଲା। ଚାଳକ ରାଜଦୀପ ପଟ୍ଟନାୟକ କାର୍ ଉପରେ ନିୟନ୍ତ୍ରଣ ହରାଇବା ପରେ ଗାଡି ଟୋଲ୍ ବୁଥ୍ ଉପରେ ମାଡିଯାଇଥିଲା। ସହଯାତ୍ରୀ ଅଜୟ ନାଏକ ସାମାନ୍ୟ ଆହତ ହୋଇଥିବା ବେଳେ ରାଜଦୀପ ଗୁରୁତର ଭାବେ ଆହତ ହୋଇଥିଲେ।

ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ମାଧ୍ୟମରେ ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ରାଜଦୀପଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁତ୍ର ଥିଲେ।

ଘଟଣା ପରେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ କାର୍ଟିକୁ ଜବତ କରିଛି। ଦୁର୍ଘଟଣାର କାରଣ ଓ ଅନ୍ୟାନ୍ୟ ତଥ୍ୟ ଉପରେ ଅଧିକ ତଦନ୍ତ ଚାଲିଛି।