ପୂର୍ବରୁ ମିଶ୍ରଣ ହୋଇଥିବା ୪୬ଟି ସ୍କୁଲ ଖୋଲାଯାଇଛି : ଆଉ ୪କୁ ଅନୁମତି
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ମିଶ୍ରଣ ସ୍କୁଲ ଖୋଲାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ ମିଶ୍ରଣ ହୋଇଥିବା ୪୬ଟି ସ୍କୁଲ ଖୋଲାଯାଇଛି ଏବଂ ଆଗାମୀ ଦିନଗୁଡ଼ିକରେ ଆଉ ୪ଟି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
୪୬ଟି ମିଶ୍ରଣ ସ୍କୁଲ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୨ଟି ସ୍କୁଲ ରହିଛି। ଏହା ଛଡ଼ା, ଦେବଗଡ଼ ଜିଲ୍ଲାରେ ୧୦ଟି, ବରଗଡ଼ ଜିଲ୍ଲାରେ ୭ଟି, ଯାଜପୁର ଜିଲ୍ଲାରେ ୪ଟି ଏବଂ ଖୋର୍ଦ୍ଧା ଜିଲ୍ଲାରେ ୩ଟି ସ୍କୁଲ ମିଶ୍ରଣ ହୋଇଛି।
ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଶ୍ରଣ ପାଇଁ ୭,୭୫୧ଟି ସ୍କୁଲକୁ ଅନୁମୋଦନ ଦିଆଯାଇଥିବା ବେଳେ ଏଯାଏଁ ୫,୬୩୦ଟି ସ୍କୁଲ ମିଶ୍ରଣ ହୋଇସାରିଛି। ଆଗାମୀ ଦିନମାନଙ୍କରେ ଅଧିକ ସ୍କୁଲକୁ ମିଶ୍ରଣ ଅନୁମତି ଦିଆଯିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।
