FeaturedLatestNews

ଖୁବ୍‌ଶୀଘ୍ର ହେବ ୨୨ଟି ଖଣିର ନିଲାମ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଖୁବ୍‌ଶୀଘ୍ର ୨୨ଟି ଖଣି ନିଲାମ କରିବାକୁ ଯାଉଛନ୍ତି । ଏହି ନିଲାମ ଦ୍ୱାରା ରାଜସ୍ୱ ବୃଦ୍ଧି ହେବ ବୋଲି ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଜଣାଇଛନ୍ତି ।

ମନ୍ତ୍ରୀଙ୍କ ମତରେ, ପୂର୍ବତନ ସରକାର ଦୀର୍ଘ ସମୟ ଧରି ଖଣି ନିଲାମ ପ୍ରକ୍ରିୟା ଆଗେଇ ନଥିଲେ । ମାତ୍ର ବର୍ତ୍ତମାନର ସରକାର ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିସାରିଛନ୍ତି । ଏବେ ଆହୁରି ୨୨ଟି ଖଣି ନିଲାମ ପାଇଁ ଶେଷ ପ୍ରସ୍ତୁତି ଚାଲିଛି ।

ଖଣି ନିଲାମରୁ ରାଜସ୍ୱ ବୃଦ୍ଧି ସହିତ ଶିଳ୍ପ ପ୍ରତିଷ୍ଠା ହେବାରେ ସାହାଯ୍ୟ ମିଳିବ । ଫଳରେ ରୋଜଗାର ଅବସର ମଧ୍ୟ ବୃଦ୍ଧି ପାଇବ । ମନ୍ତ୍ରୀ ଜେନା କହିଛନ୍ତି ଯେ, ଏହି ଦିଗକୁ ଲକ୍ଷ୍ୟ ରଖି ଖଣି ବିଭାଗ କାର୍ଯ୍ୟକ୍ରମ ଆଗେଇ ନେଉଛି ।