FeaturedLatestNews

ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ 

ସମ୍ବଲପୁର (ସଂକେତ ଟିଭି): ସମ୍ବଲପୁରରେ ଆଜି ସକାଳେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣା ଘଟିବାକୁ ଅଳ୍ପକେ ରହିଥିଲା। ଟ୍ରେନ୍ ନମ୍ବର ୨୦୮୩୩୧ର ଏକ ଜେନେରାଲ କୋଚ ଟ୍ରାକରୁ ଖସିଯାଇଥିଲା। ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଘଟିଥିବା ଏହି ଘଟଣାରେ କୌଣସି ଜୀବନହାନୀ ବା ଆଘାତ ହୋଇନାହିଁ।

ଟ୍ରେନଟି ଭୁବନେଶ୍ୱରରୁ ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ଅତି ଧୀର ଗତିରେ ଚାଲିଥିଲା। ସକାଳ ୯ଟା ୧୮ରେ ଷ୍ଟେସନ ଛାଡିବାର ମାତ୍ର ୪ ମିନିଟ୍ ପରେ (୯ଟା ୨୨ରେ) ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଅନ୍ୟ ବଗିକୁ ଧାଇଁଯାଇଥିଲେ। ପରେ ଅବଶିଷ୍ଟ ବଗିଗୁଡ଼ିକ ସମ୍ବଲପୁର ଷ୍ଟେସନ ଆଡ଼କୁ ଯାତ୍ରା କରିଥିଲା।

ରେଳବାଇ କର୍ମଚାରୀଙ୍କ ମତରେ, ଲାଇନ୍ ଚ୍ୟୁତ ବଗିକୁ ଟ୍ରାକ ଉପରକୁ ଉଠାଇବା ଏବଂ ମରାମତି କାର୍ଯ୍ୟ ଚାଲିଛି। ଉକ୍ତ ରୁଟରେ ଅନ୍ୟ ଟ୍ରେନ୍ ଆସୁଥିବାରୁ ସେଗୁଡ଼ିକୁ ଅଟକାଯାଇଛି। ଶୀଘ୍ର ଲାଇନ୍ କ୍ଲିୟର୍ ହେବ ବୋଲି ଆଶା କରାଯାଉଛି।

ଏହି ଘଟଣା ପରେ ରେଳବାଇ ପ୍ରଶାସନ ନିରୀକ୍ଷଣ କରୁଛନ୍ତି ଏବଂ ଦୁର୍ଘଟଣାର କାରଣ ନିରୂପଣ ପାଇଁ ତଦନ୍ତ ଚାଲିଛି।