FeaturedLatestNewsPolitics

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆଦିଲ୍ଲୀ (ସଂକେତ ଟିଭି): ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।

ଏହି ସାକ୍ଷାତ ସମୟରେ ବିଜେପି ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟ ଓ ଦେଶର ବିକାଶମୂଳକ ଯୋଜନା ଆଦି ଉପରେ ଆଲୋଚନା ହୋଇଥିବା କୁହାଯାଇଛି।

ମନମୋହନ ସାମଲ ଏହି ଗସ୍ତ ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଜେପି ନେତୃବୃନ୍ଦଙ୍କ ସହିତ ମଧ୍ୟ ବିଭିନ୍ନ ଆଲୋଚନା କରିଛନ୍ତି। ଏହି ଭେଟଣାଟି ରାଜ୍ୟ ଓ ଦେଶର ହିତାର୍ଥେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଜେପି ପକ୍ଷରୁ ମତ ଦିଆଯାଇଛି।