FeaturedLatestNews

କଲେଜରେ ଆଇସିସି କମିଟି ନଥିଲେ ଦରମା ବନ୍ଦ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ସରକାର ଆଜି କଲେଜଗୁଡ଼ିକରେ ଆଇସିସି କମିଟି ଗଠନକୁ ଲକ୍ଷ୍ୟ ରଖି କଠୋର ନିର୍ଦ୍ଦେଶ ଜାରି କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଯେଉଁ କଲେଜଗୁଡ଼ିକରେ ଆଇସିସି କମିଟି ନଥିବ, ସେଠାରେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ କରାଯିବ। ସରକାର ମାସେ ଭିତରେ ସମସ୍ତ କଲେଜରେ ଏହି କମିଟି ଗଠନ କରିବାକୁ ଟାର୍ଗେଟ୍ ରଖିଛନ୍ତି।

ଏହି ସଂପର୍କରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଇସିସି କମିଟି ନାହିଁ ତ ଦରମା ନାହିଁ। ଏହା ସ୍ପଷ୍ଟ ନିୟମ। ଯେଉଁମାନେ ଭୁଲ୍ ଅଭିଯୋଗ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ପିଓଏସସିଏଚ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ସଚେତନତା କାର୍ଯ୍ୟକ୍ରମ ଆଗକୁ ବ୍ଲକ୍ ସ୍ତରରେ ମଧ୍ୟ ଚାଲିବ ବୋଲି ସେ କହିଛନ୍ତି। ଲୋକସେବା ଭବନରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଭାବରେ ପ୍ରଚାରିତ ହେବ।