EducationFeaturedLatestNews

ରାଜ୍ୟର ୧୦୫ ବ୍ଲକ୍‌ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି

ଭୁବନେଶ୍ୱର (ସଂକେତ ଟିଭି):ରାଜ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ପଦବୀଗୁଡିକ ଖାଲି ପଡିଛି। ବିଭିନ୍ନ ବ୍ଲକ୍‌ରେ ମୋଟ ୧୦୫ଟି BEO ପଦବୀ ଅନାବୃତ ରହିଛି ବୋଲି ଗୃହ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି।

ଜିଲ୍ଲା ଅନୁସାରେ ଖାଲି ପଡିଥିବା ବିଇଓ ପଦବୀର ବିବରଣୀ ଦିଆଯାଇଛି। ଅନୁଗୁଳ ଜିଲ୍ଲାର ୪ଟି, ବାଲେଶ୍ୱର ଜିଲ୍ଲାର ୬ଟି, ବରଗଡ ଜିଲ୍ଲାର ୧ଟି, ଭଦ୍ରକ ଜିଲ୍ଲାର ୪ଟି, ବଲାଙ୍ଗିର ଜିଲ୍ଲାର ୩ଟି, କଟକ ଜିଲ୍ଲାର ୨ଟି, ଦେବଗଡ ଜିଲ୍ଲାର ୧ଟି, ଢେଙ୍କାନାଳ ଜିଲ୍ଲାର ୩ଟି, ଗଜପତି ଜିଲ୍ଲାର ୧ଟି, ଗଞ୍ଜାମ ଜିଲ୍ଲାର ୭ଟି, ଜଗତସିଂହପୁର ଜିଲ୍ଲାର ୬ଟି, ଯାଜପୁର ଜିଲ୍ଲାର ୪ଟି, କଳାହାଣ୍ଡି ଜିଲ୍ଲାର ୨ଟି, କନ୍ଧମାଳ ଜିଲ୍ଲାର ୫ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି, କେନ୍ଦୁଝର ଜିଲ୍ଲାର ୩ଟି, ଖୋର୍ଦ୍ଧା ଜିଲ୍ଲାର ୫ଟି, କୋରାପୁଟ ଜିଲ୍ଲାର ୭ଟି, ମାଲକାନଗିରି ଜିଲ୍ଲାର ୧ଟି, ମୟୁରଭଞ୍ଜ ଜିଲ୍ଲାର ୯ଟି, ନବରଙ୍ଗପୁର ଜିଲ୍ଲାର ୩ଟି, ନୟାଗଡ ଜିଲ୍ଲାର ୩ଟି, ପୁରୀ ଜିଲ୍ଲାର ୪ଟି, ରାୟଗଡା ଜିଲ୍ଲାର ୭ଟି, ସମ୍ବଲପୁର ଜିଲ୍ଲାର ୫ଟି, ସୁବର୍ଣ୍ଣପୁର ଜିଲ୍ଲାର ୩ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ୨ଟି ବ୍ଲକ୍‌ରେ ଏହି ପଦବୀଗୁଡିକ ଖାଲି ରହିଛି।

ଏହି ଅବସ୍ଥାରେ ମନ୍ତ୍ରୀ ଆହୁରି ମଧ୍ୟ ଜଣାଇଛନ୍ତି ଯେ ରାଜ୍ୟରେ ଶିକ୍ଷା ଗ୍ରହଣରେ ରହିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ବିଦ୍ୟାଳୟଗୁଡିକରେ ଗୃହ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି। ରାଜ୍ୟର ୧୮୦୪ଟି ପ୍ରାଥମିକ ବିଦ୍ୟାଳୟ, ୩୮୬୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୭୭୨ଟି ହାଇସ୍କୁଲରେ ଆବଶ୍ୟକତା ଅନୁସାରେ ଶ୍ରେଣୀକକ୍ଷ ନାହିଁ। ଏହି ଅଭାବ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଚାଲେଞ୍ଜ ସୃଷ୍ଟି କରିଛି।