ଦୁର୍ଗାପୂଜା ପାଇଁ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା
ଭୁବନେଶ୍ୱର (ସଂକେତ ଟିଭି): ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବ। ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ସାଧାରଣତଃ, ରାଜ୍ୟର ସରକାରୀ କର୍ମଚାରୀମାନେ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ପାଆନ୍ତି। ମାତ୍ର, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ସେପ୍ଟେମ୍ବରରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ଏହି ଛୁଟି ଆରମ୍ଭ ହେବା ପୂର୍ବରୁ କର୍ମଚାରୀଙ୍କୁ ଦରମା ମିଳିବା ନିଶ୍ଚିତ କରିବା ପାଇଁ ଏହି ଆଗୁଆ ବ୍ୟବସ୍ଥା କରାଯାଇଛି।
ଦଶହରା ପରି ପାର୍ବଣ ଋତୁରେ ଲୋକଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ କିଣାକିଣି ହୋଇଥାଏ। ଏବଂ ଏବର୍ଷ, ସାରା ଦେଶରେ ଜିଏଏସଟି-୨.୦ ସଂସ୍କାର ପରେ ସଞ୍ଚୟ ଉତ୍ସବ ମଧ୍ୟ ପାଳନ କରାଯାଉଛି। ପର୍ବ ପୂର୍ବରୁ କର୍ମଚାରୀଙ୍କ ନିକଟରେ ଅର୍ଥ ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମନେ କରିଛନ୍ତି। ଏହି ସବୁ କାରଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
