ରାଜ୍ୟ ମହିଳା କଂଗ୍ରେସର ୮୧ ନେତ୍ରୀଙ୍କୁ ମିଳିଲା ସଂଗଠନ ଦାୟୀତ୍ବ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ମହିଳା କଂଗ୍ରେସର ସଂଗଠନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ଵା ବିଭିନ୍ନ ପଦଗୁଡ଼ିକୁ ନୂଆ ଦାୟିତ୍ୱଶୀଳ ବ୍ୟକ୍ତିଙ୍କୁ ନିଯୁକ୍ତି କରିଛନ୍ତି। ଏଥିରେ ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ପରାମର୍ଶଦାତା ଭାବରେ ଅନେକ ମହିଳା ନେତ୍ରୀଙ୍କୁ ଅଣାଯାଇଛି।
ଉପସଭାପତି ପଦରେ ମୋଟ ୧୦ ଜଣ ମହିଳା ସଂଗଠକଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପାଇଁ ଜୟଶ୍ରୀ ପଟ୍ଟନାୟକ, ରାଉରକେଲା ପାଇଁ ଦେବସ୍ମିତା ସାମଲ, ମୟୂରଭଞ୍ଜ ୱେଷ୍ଟ ପାଇଁ ଜବାମଣି ଟୁଡୁ, ସୁନ୍ଦରଗଡ଼ ପାଇଁ ସୁନୀତା ବିଶ୍ଵାଳ, କଟକ ପାଇଁ ବିଶ୍ଵକଲ୍ୟାଣୀ କର, କଳାହାଣ୍ଡି ପାଇଁ ଦ୍ରୌପଦୀ ମାଝୀ, ଜଗତସିଂହପୁର ପାଇଁ ପ୍ରତିଭା ମଲ୍ଲିକ, କଟକ ପାଇଁ ଅନୀତା ନାୟକ ଓ ସ୍ଵର୍ଣ୍ଣପ୍ରଭା ପଶାୟତ ଏବଂ ଭୁବନେଶ୍ଵର ପାଇଁ ପ୍ରଣତି ମିଶ୍ର ଅନ୍ୟତମ।
ସାଧାରଣ ସମ୍ପାଦକ ପଦରେ ୨୨ ଜଣ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ତାଲିକାରେ ବାସନ୍ତି ସାମଲ, ହରବତୀ ଗୋଣ୍ଡ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ସ୍ଵର୍ଣ୍ଣଲତା ରାୟ, ଗୋରେଟି ଏକ୍ସ, ପ୍ରିତିଚାନ୍ଦ କୈବଲ୍ୟ ନାୟକ, ଦୀପ୍ତିରାଣୀ ପ୍ରଧାନ, ଅମିସା ସାମନ୍ତରାୟ, ନିରୁପମା ପାତ୍ର, ସୁପ୍ରଭା ବରାଇ, ଶ୍ରେୟା ମହାନ୍ତି, ବନ୍ଦିତା ମହାନ୍ତି, ଅନୀତା ନାୟକ, ଏଲିଶ ମିଞ୍ଜ, ପିଙ୍କି କହଁର, ପ୍ରଗତି ନାୟକ, ସୁବାଷିନୀ ବିଶୋଇ, ସୁତାପା ମିତ୍ର, ମୀରା ମଣ୍ଡଳ, ଇଶରତ ଜହାଁ ଏବଂ ଲିଜାରାଣୀ ରାଉତ ଆଦି ଉଲ୍ଲେଖଯୋଗ୍ୟ।
ସଂଗଠନର ସମ୍ପାଦକ ପଦପାଇଁ ୪୫ ଜଣ ମହିଳାଙ୍କୁ ଏହି ତାଲିକାରେ ରଖାଯାଇଛି। ବୀନତି ପଢିଆରୀ, ଅମିତାବଳ ଆଚାର୍ଯ୍ୟ, ଦେବସ୍ମିତା ସାହୁ, ନନ୍ଦି ଗୌରୀ, ମାଳତୀ ନାୟକ, ଜ୍ୟୋତି ଲାକ୍ରା, ନନ୍ଦିନି ଲାକ୍ରା, ସବିତା ଚାନ୍ଦ, ରୀନା ବେହେରା, ମାମିନା ଭୂମିଆ, ସ୍ଵସ୍ତିକା ପଣ୍ଡା, ନମିତା ମାଝୀ, ମାମିନା ପାତ୍ର, ସୁଦୀପ୍ତା ଦାଶ, ମହେନ୍ଦ୍ରି ସାହୁ, ଚୈତାଳୀ ପଟ୍ଟନାୟକ, ଗୌରୀ ବିଶୋଇ, କବିତା ପ୍ରିୟଦର୍ଶିନୀ ଦାସ, ମୀନତି ରାଉତ, ପ୍ରଜ୍ଞା ପି ବେହେରା, ପ୍ରତିମା ପଣ୍ଡା, ସିଲି ସେଠି, କଳ୍ପନା ଆପ୍ଟ, ରଞ୍ଜିତା ଜୋଶୀ, ତ୍ରିଷ୍ଣା ରାୟ, ମନୋରମା ଖଟୁଆ, ଉଷାରାଣୀ ମହନ୍ତ, ରଞ୍ଜିତା ନାୟକ, ଜ୍ୟୋସ୍ନା ସେନାପତି, ବୁଲକି ସେଠ, ମୀନାକ୍ଷି ପ୍ରଧାନି, ସ୍ଵର୍ଣ୍ଣଲତା ବାନରା, ଲିପିକା ପାଲ୍, ନିରୂପମା ବେହେରା, ନୀଳିମା ଅଗ୍ରୱାଲ, ବଂଶୀଧରା ସାମନ୍ତରାୟ, ରଞ୍ଜିତା ହେମ୍ଵ୍ରମ, ପ୍ରତିମା ନାୟକ, ଲକ୍ଷ୍ମୀ ସବର, ସୁଦେଷ୍ଣା ପଣ୍ଡା, ଜ୍ୟୋତି ତାଲୁଜା, ଜୟସ୍ମିତା ମହାନ୍ତି, ପୂର୍ଣ୍ଣିମା ବେହେରା ଏବଂ ରୀନା ବେହେରା ଆଦି ଏହି ଦାୟିତ୍ୱ ପାଇଛନ୍ତି।
ଶେଷରେ, ପରାମର୍ଶଦାତା ଭାବରେ ମଧ୍ୟ ଚାରି ଜଣ ବିଶିଷ୍ଟ ମହିଳା ନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଗୋଷ୍ଠୀରେ ଅଛନ୍ତି ବିଜୟଲକ୍ଷ୍ମୀ ସାହୁ, ସରସ୍ଵତୀ ହେମ୍ଵ୍ରମ, ଗିରିବାଳା ବେହେରା ଏବଂ ରତ୍ନମଣି ଉଲକା। ଏହି ନିଯୁକ୍ତିଦ୍ୱାରା ରାଜ୍ୟ ମହିଳା କଂଗ୍ରେସ ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି।
