ଅଗଷ୍ଟ ୨୯ତାରିଖ ଶୁକ୍ରବାର ସରକାରୀ ଛୁଟି ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ଶୁକ୍ରବାର (୨୯ ଅଗଷ୍ଟ)କୁ ରାଜ୍ୟବ୍ୟାପୀ ସରକାରୀ ଛୁଟି ଘୋଷଣା କରିଛନ୍ତି ଓଡିଶା ସରକାର। ନୂଆଖାଇ ପର ଦିନକୁ ସରକାର ଛୁଟି ଘୋଷଣା କରିଛନ୍ତି ।
ରାଜ୍ୟ କାର୍ଯ୍ୟନିର୍ବାହୀ ଶାଖାରୁ ଜାରି କରାଯାଇଥିବା ଏକ ପ୍ରଶାସନିକ ନିର୍ଦ୍ଦେଶାନୁସାରେ ଏହି ଛୁଟି ଘୋଷଣା କରାଯାଇଛି। ଏହି ଛୁଟି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜ୍ୟ ସରକାରଙ୍କ ଅଧିକୃତ ଅନୁଷ୍ଠାନ, ପୌର ପରିଷଦ, ପଞ୍ଚାୟତ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗମାନଙ୍କ ପାଇଁ ପ୍ରଯୁଜ୍ୟ ହେବ।
ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ଏହି ଛୁଟି କେବଳ ରାଜ୍ୟ ସରକାରଙ୍କ ପ୍ରଶାସନିକ କ୍ଷେତ୍ର ପାଇଁ ହେବ। ତେବେ ବ୍ୟାଙ୍କ, ବୃହତ୍ ଶିଳ୍ପ ପ୍ରତିଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟମାନଙ୍କ ପାଇଁ ଏହି ଛୁଟି ପ୍ରଯୁଜ୍ୟ ହେବ ନାହିଁ।
