FeaturedLatestNews

ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଆସନ୍ତା ୧୭ ସେପ୍ଟେମ୍ବର ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ହିତାଧିକାରୀଙ୍କ ମଧ୍ୟରେ ବାଣ୍ଟିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଅନ୍ତ୍ୟୋଦୟ) ଅଧୀନରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ପୂର୍ବରୁ ରାଜ୍ୟରେ ୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇସାରିଛି।

ଏଥିସହିତ ଶ୍ରୀ ନାଏକ କହିଛନ୍ତି ଯେ, ନୂଆ ପିଏମ ଆବାସ ସର୍ଭେରେ ରାଜ୍ୟର ୩୫ ଲକ୍ଷ ଲୋକେ ଆବେଦନ କରିଛନ୍ତି। ନଭେମ୍ବର ମାସ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ କାର୍ଯ୍ୟାଦେଶ ବଣ୍ଟନର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।